ଶ୍ରୀମନ୍ଦିର ପ୍ରକଳ୍ପ ଉଦଘାଟନୀ ଉତ୍ସବରେ ବଦନାମୀରୁ ବଞ୍ଚିବାପାଇଁ ରଞ୍ଜନ ଦାସଙ୍କୁ ମୁଖ୍ୟମନ୍ତ୍ରୀ ସୁରକ୍ଷା ଦେଉଛନ୍ତି- ଓସା

ଭୁବନେଶ୍ୱର, ୧୯|୧୨: ନବୀନ ପଟ୍ଟନାୟଙ୍କ ସରକାରରେ ଖଣିଜ ଦ୍ରବ୍ୟ ଯଥା- ବାଲି, ମୋରମ୍, କଳା ପଥର କେବଳ ଲୁଟ୍ ହୁଏ ନାହିଁ, ବରଂ ଲୁଟେରା ମାନଙ୍କୁ ସରକାର ସମସ୍ତ ସାହାଯ୍ୟ, ସହଯୋଗ ଓ ସମର୍ଥନ ଦେଇଥାନ୍ତି। ଅର୍ଥାତ୍ ବିଜେଡ଼ି ସରକାରର ତତ୍ତ୍ୱାବଧାନରେ ରାଜ୍ୟରେ ଖଣି ଖାଦାନ ହରି ଲୁଟ୍ ହୁଏ ଓ ସରକାରଙ୍କ ହଜାର ହଜାର କୋଟି ଟଙ୍କାର ରାଜସ୍ବ ବିଜେଡ଼ି ଦଳ ନେତା, ଖଣି ବେପାରୀ ଓ ସରକାରୀ ଅଧିକାରୀମାନେ ଲୁଟ୍‌ କରିଥାନ୍ତି ବୋଲି ଓଡିଶା ସୂଚନା ଅଧିକାର ଅଭିଯାନ ପକ୍ଷରୁ କୁହାଯାଇଛି।

ଲୋହିଆ ଭବନରେ ଆୟୋଜିତ ସାଂବାଦିକ ସମ୍ମିଳନୀରେ ଓସାର ଆବାହକ ପ୍ରଦୀପ ପ୍ରଧାନ କହିଥିଲେ ଯେ ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ୍ ସ୍ଥିତ ବିଛାଖଣ୍ଡି ପାହାଡ଼ରେ ୨୦୦୫ରୁ ଚାଲିଥିବା କଳାପଥର ହରିଲୁଟ୍ ହେଉଛି ଏହୀର ଜ୍ବଳନ୍ତ ଉଦାହରଣ। ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲ ଅନ୍ତର୍ଗତ ବିଛାଖଣ୍ଡି ପାହାଡ଼ ୯୦୦ ଏକର ପରିମିତ ସଂରକ୍ଷିତ ଜଙ୍ଗଲ। ଏହି ଜଙ୍ଗଲ କଳା ପଥରରେ ପ୍ରଚୁର ମାତ୍ରା ଭରପୁର। ଏହି କଳା ପଥରକୁ ଲୁଟ୍ କରିବା ପାଇଁ ସମସ୍ତ ନିତି ନିୟମକୁ ଉଲଂଘନ କରି ଧର୍ମଶାଳାର ତହସିଲଦାର ବିଜେଡ଼ି ଦଳର ଖଣି ବେପାରୀଙ୍କୁ ଲିଦେଇଥିଲେ। ଏହି ଲିଜ୍ ଧାରୀମାନେ ଶାସକ ଦଳ ହୋଇଥିବାରୁ ପ୍ରଶାସନିକ ଅଧିକାରୀଙ୍କୁ ପ୍ରଭାବିତ କରି ନିରବଚ୍ଛିନ୍ନ ଭାବେ ଲକ୍ଷ ଲକ୍ଷ ଟନ୍ ର କଳା ପଥର ଲୁଟ୍ କରି ଚାଲିଥିଲେ। ଏହି କଳା ପଥର ଚୋରି ବିରୋଧରେ ସୂଚନା ଅଧିକାରୀ କର୍ମୀ ଶ୍ରୀ ସର୍ବେଶ୍ୱର ବେହୁରା ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ନହେବାରୁ ସର୍ବେଶ୍ବର ୨୦୨୧ ମସିହାରେ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ । ଲୋକାୟୁକ୍ତ ଉକ୍ତ ଅଭିଯୋଗ LY-120/2021 କୁ ଗ୍ରହଣ କରି ରାଜ୍ୟ ଭିଜିଲାନ୍ସକୁ ତଦନ୍ତର ଭାର ଦେଇଥିଲେ।

ଦୀର୍ଘ ୨ ବର୍ଷ ତଦନ୍ତ କରି ରାଜ୍ୟ ଭିଜିଲାନ୍ସ ୨୩ ମାର୍ଚ୍ଚ ୨୦୨୩ରେ ଲୋକାୟୁକ୍ତଙ୍କ ନିକଟରେ ତଦନ୍ତ ରିପୋର୍ଟ ଉପସ୍ଥାପନା କରିଥିଲେ ମଧ୍ୟ ହରିଲୁଟ୍‌ରେ ସଂପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ କୌଣସି ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ। ଉକ୍ତ ରିପୋର୍ଟରେ ରାଜ୍ୟ ଭିଜିଲାନ୍ସ ଦର୍ଶାଇଥିଲେ ଯେ, ବିଛାଖଣ୍ଡି ପାହାଡ଼ରେ ଚାଲିଥିବା କଳା ପଥର ହରି ଲୁଟ୍‌ରେ ତତ୍କାଳୀନ ଜିଲ୍ଲାପାଳ ତଥା ବର୍ତ୍ତମାନ ଜଗନ୍ନାଥ ମନ୍ଦିରର ପ୍ରଶାସକ ଶ୍ରୀ ରଂଜନ କୁମାର ଦାସ, ତତ୍କାଳୀନ ତହସିଲଦାର ପ୍ରଭାସ କୁମରା ବେହୁରା, ଶ୍ରୀମତୀ ଶୀତଲ ଅଗ୍ରୱାଲ, ସରୋଜ କୁମାର ପଣ୍ଡାଙ୍କ ସମେତ ୩ଜଣ ରାଜସ୍ୱ ନିରୀକ୍ଷକ ସଂପୃକ୍ତ ଏହି ଅଧିକାରୀଙ୍କ ଜାଣତରେ ଓ ପ୍ରୋତ୍ସାହନରେ ଖଣି ଚୋରା ବେପାରୀମାନେ ଲକ୍ଷ ଲକ୍ଷ ଟନ୍‌ର କଳା ପଥର ଲୁଟ୍ କରି ଚାଲିଥିଲେ। ଭିଜିଲାନ୍ସ ଲିଜ୍ ଅଞ୍ଚଳ ବାହାରେ ଲିଜ୍ ଧାରୀମାନେ କିପରି ୨୦୦୫ ମସିହାରୁ ଲୁଟ୍‌କରି ଚାଲିଛନ୍ତି ଏହାର ତଥ୍ୟ ପ୍ରଦାନ ସହ କଳା ପଥର ଚୋରିର ପରିମାଣ ବାହାର କରିଥିଲେ। ଇସ୍ରୋରୁ ମିଳିଥିବା ସାଟେଲାଇଟ୍‌ ଫଟୋ ଚିତ୍ରକୁ ଆଧାର କରି ରାଜ୍ୟ ଭିଜିଲାନ୍ସ ମାତ୍ର ୩ ବର୍ଷର କଳା ପଥର ଚୋରିର ପରିମାଣ ଆକଳନ କରିଥିଲେ। ୮ ଜଣ ଲିଜିଧାରୀ ଦୀର୍ଘ ୧୫ ବର୍ଷ ଧରି ଲୁଟ୍ କରିଥିବା କଳା ପଥର ୨୦୦ କୋଟି ଟଙ୍କାରୁ ଉର୍ଦ୍ଧ ବୋଲି ଭିଜିଲାନ୍ସ ଆକଳନ କରିଥିବା ବେଳେ ବେଆଇନ୍ ଭାବେ ଲିଜ ନଥାଇ ଲୁଟ୍ ହୋଇଥିବା କଳାପଥରର ପରିମାଣ ୧୦ କୋଟି ଟଙ୍କାରୁ ଉର୍ଦ୍ଧ ବୋଲି ରିପୋର୍ଟ ଦେଇଥିଲେ। ଅନ୍ୟ ବର୍ଷ ଗୁଡ଼ିକରେ ଲୁଟ୍‌ର ପରିମାଣ ଭିଜିଲାକ୍ସ ଆକଳନ କରିପାରିଲେ ନାହିଁ ବୋଲି ଦର୍ଶାଇଛନ୍ତି। ଯଦି ଏହାର ଆକଳନ କରାଯାଏ ତେବେ ୧ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ବ ହେବ । ଏହି ମାହାଲୁଟ୍‌ରେ ସ୍ଥାନୀୟ ବିଜେଡ଼ି ବିଧାୟକ ଥିବା ସ୍ବର୍ଗତ କଳ୍ପତରୁ ଦାସ ଓ ତାଙ୍କ ପୁଅ ବର୍ତ୍ତମାନର ବିଧାୟକ ପ୍ରଣବ ବଳବନ୍ତ ରାୟଙ୍କ ନେତୃତ୍ବରେ ଏହି ଲୁଟ୍ ହୋଇଥିଲା । ବିଧାୟକ ପ୍ରଣବ ବଳବନ୍ତ ରାୟ, ତତ୍କାଳୀନ ଜିଲ୍ଲାପାଳ, ତହସିଲଦାର ସମେତ ବିଜେଡ଼ିର ଖଣି ମାଫିଆମାନଙ୍କର ଏହା ଥିଲା ସଂଗଠିତ ହରିଲୁଟ୍। ଏହି ସବୁ ବ୍ୟକ୍ତିମାନେ ଏତେ ପରିମାଣରେ ଲୁଟ୍‌ କରିଥିଲେ ମଧ୍ୟ ରାଜ୍ୟ ଭିଜିଲାନ୍ସ ସେମାନଙ୍କ ବିରୋଧରେ କୌଣସି ଆଇନ୍ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି। ବରଂ ଏହି ସବୁ ବ୍ୟକ୍ତିମାନେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ଘନିଷ୍ଠ ଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ। ରାଜ୍ୟରେ ଛୋଟ ଛୋଟ ଘଟଣାରେ ବା ଦୁର୍ନିତୀ ବିରୋଧରେ ସହନଶୀଳତା କହି ମୁଖ୍ୟମନ୍ତ୍ରୀ ଓ ଭି. କେ. ପାଣ୍ଡିଆନ୍‌ଙ୍କ ପ୍ରଚାର କରୁଥିବା ବେଳେ ୧ ହଜାର କୋଟି ଟଙ୍କାର ଲୁଟ୍‌ରେ ସଂପୃକ୍ତ ଅଧିକାରୀ ଓ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ବରଂ ତଦନ୍ତକୁ ଚାପି ଦେବା ପାଇଁ ସମସ୍ତ ଚକ୍ରାନ୍ତ କରି ଲୋକାୟୁକ୍ତଙ୍କ ନିର୍ଦ୍ଦେଶକୁ ହାଇକୋର୍ଟରେ ଚ୍ୟାଲେଞ୍ଚ କରିବା ପାଇଁ ସେମାନଙ୍କୁ ସୁଯୋଗ ଦେଇଛନ୍ତି। ଲୋକାୟୁକ୍ତଙ୍କ ତଦନ୍ତ ରିପୋର୍ଟକୁ ହାଇକୋର୍ଟ ରହିତାଦେଶ ଦେଇଛନ୍ତି।

ଏଥୁରୁ ସ୍ପଷ୍ଟ ଯେ, ମୁଖ୍ୟମନ୍ତ୍ରୀ କିପରି ଦୁର୍ନିତୀକୁ ପ୍ରୋତ୍ସାହନ ଦେଉଛନ୍ତି ତାହା ସ୍ପଷ୍ଟ ହେଉଛି। ସେହିପରି ଧର୍ମଶାଳା ତହସିଲର ତତ୍କାଳୀନ ତହସିଲଦାର ପ୍ରଭାସ ବେହୁରା ଚଞ୍ଚକତା କରି ବିଛାଖଣ୍ଡି ଜଙ୍ଗଲ ଜମିର କିସମ ପରିବର୍ତ୍ତନ କରି କିଛି ବିଜେଡ଼ି ନେତା ଓ ବିଧାୟକଙ୍କୁ ଲିଜ୍ ଦେଇଛନ୍ତି। ଉଦାହରଣ ସରୂପ ସନ୍ଦିପ ବରୁଣ ଜେନାଙ୍କୁ
କ୍ରସର ୟୁନିଟ୍ ବସାଇବା ପାଇଁ ଜଙ୍ଗଲ ଜମିକୁ ଶ୍ରୀ ବେହୁରା ଦେଇଛନ୍ତି। କିନ୍ତୁ ରାଜ୍ୟ ସରକାର ଏହି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ସୁରକ୍ଷା ଦେଇ ଚାଲିଛନ୍ତି।

ଅଭିଯୁକ୍ତ ରଂଜନ ଦାସଂକୁ ମୁଖ୍ୟମଂତ୍ରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ଦେଇଛନ୍ତି। ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ଉତ୍ସବ ପୂର୍ବରୁ ରଂଜନ ଦାସଂକ ବିରୁଦ୍ଧରେ ଯଦି କାର୍ଯ୍ୟାନୁଷ୍ଠାନ ନିଆଯାଏ ତେବେ ସରକାରଂକ ମୁହଁରେ କଳା ଲାଗିଯିବ ତେଣୁ ଅଭଯୁକ୍ତଂକୁ ମୁଖ୍ୟମନ୍ତ୍ରୀ ସୁରକ୍ଷା ଦେଉଛନ୍ତି ବୋଲି ଶ୍ରୀ ପ୍ରଧାନ ଗୁରୁତର ଅଭିଯୋଗ କରିଛନ୍ତି।

Related Posts