ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବିବୃତ୍ତିକୁ ପ୍ରତିବାଦ କରି ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ବସିଲେ କଂଗ୍ରେସ ବିଧାୟକ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବିବୃତ୍ତିକୁ ପ୍ରତିବାଦ କରି ଗାନ୍ଧୀ ମୂର୍ତ୍ତି ତଳେ ବସିଲେ କଂଗ୍ରେସ ବିଧାୟକ । ତେବେ ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଉତ୍ତର ନଦିଅନ୍ତୁ ବୋଲି କଂଗ୍ରେସ ଦାବି କରିଥିଲା । । ଗୃହ ରାଷ୍ଟ୍ର ମନ୍ତ୍ରୀ ବିଧାନସଭାରେ ଉତ୍ତର ନଦିଅନ୍ତୁ ବୋଲି ଦାବି କରିଥିଲା କଂଗ୍ରେସ। ଏହି ଦାବିକୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଅଗ୍ରାହ୍ୟ କରି ଦେଇଥିବାରୁ ଗାନ୍ଧୀ ମୂର୍ତ୍ତି ତଳେ କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଥିଲା । ସେପଟେ ବିଧାନସଭାରେ ବୁଧବାର ଦିନ ରାଜ୍ୟରେ ଘଟୁଥିବା ହିଂସା ଓ ଅପରାଧ କାର‌୍ୟ୍ୟକଳାପ ନେଇ ବିଜେପି ପକ୍ଷରୁ ମୁଲତବୀ ପ୍ରସ୍ତାବ ଦେଇଥିଲା ।

ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ନାମରେ ଏବେ କିଛି ଅଭିଯୋଗ ଥିବାରୁ ସେ ଏହି ପ୍ରସଙ୍ଗରେ ଉତ୍ତର ନଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ଉତ୍ତର ରଖନ୍ତୁ ବୋଲି କଂଗ୍ରେସ ବିଧାୟକ ତାରା ବାହିନୀପତି ଦାବି କରିଥିଲେ। କିନ୍ତୁ ବାଚସ୍ପତି କଂଗ୍ରେସର ଦାବିକୁ ଅଗ୍ରାହ୍ୟ କରିଦେଇଥିଲେ । ଶେଷରେ କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିବା ସହ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts