ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଇଡି କାର୍ଯ୍ୟାଳୟରେ ରାହୁଲ ରାହୁଲ ଗାନ୍ଧୀ ହାଜର ହେବାବେଳେ କଂଗ୍ରେସ ଦେଖାଇବ ଶକ୍ତି । ତେବେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ଜୁନ ୧୩ରେ ହାଜର ହେବାକୁ ସମନ ପଠାଯାଇଛି । ନ୍ୟାଶନାଲ ହେରାଲ୍ଡ ମାମଲାରେ ରାହୁଲ ଇଡିରେ ହାଜର ହେବାକୁ ଯାଉଛନ୍ତି । ଏହା ମଧ୍ୟରେ କଂଗ୍ରେସ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ପ୍ରସ୍ତୁତ ହୋଇଗଲାଣି । ସେପଟେ ଏହି ଶକ୍ତି ପ୍ରଦର୍ଶନରେ ଲୋକ ସଭା ଓ ରାଜ୍ୟ ସଭାର ସମସ୍ତ କଂଗ୍ରେସ ଏମପି ଓ ବରିଷ୍ଠ ନେତାମାନେ ସାମିଲ ହେବେ ବୋଲି ଜଣାପଡ଼ିଛି ।
ଏନେଇ ସମସ୍ତ ନେତାମାନଙ୍କୁ ଆକବର ରୋଡ ସ୍ଥିତ ପାର୍ଟି ମୁଖ୍ୟାଳୟରେ ପହଞ୍ଚିବାକୁ କୁହାଯାଇଛି । ଅନ୍ୟପଟେ କଂଗ୍ରେସ ତା’ର ମୁଖ୍ୟ କାର୍ଯ୍ୟାଳୟରୁ ଏପିଜେ ଅବଦୁଲ କଲାମ ରୋଡ ସ୍ଥିତ ଇଡି ମୁଖ୍ୟାଳୟ ପର୍ଯ୍ୟନ୍ତ ରାଲି କରିବାର କାର୍ଯ୍ୟକ୍ରମ ରହିଛି । ଏହି ରାଲି ମାଧ୍ୟମରେ କଂଗ୍ରେସ ତା’ର ଶକ୍ତି ପ୍ରଦର୍ଶନ କରିବ ବୋଲି କୁହାଯାଉଛି । ଏହାକୁ କାର୍ଯ୍ୟକାରୀ କରିବାକୁ ଆଜି ସନ୍ଧ୍ୟାରେ ଦଳର ମହାସଚିବ, ରାଜ୍ୟ ପ୍ରଭାରୀ ଓ ପ୍ରଦେଶ ଅଧ୍ୟକ୍ଷଙ୍କର ଏକ ଭର୍ଚ୍ଚୁଆଲ ବୈଠକ ଡ଼କାଇଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।





