ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ ): ନିଜ ଗାଁ ରାସ୍ତା ଠିକ କରିବାକୁ କହିଥିବାରୁ ଯୁବକଙ୍କୁ ଚାପୁଡ଼ା ମାରିଲେ କଂଗ୍ରେସ ବିଧାୟକ । ତେବେ କର୍ଣ୍ଣାଟକର ପାଓ୍ୱାଗଡାରବିଧାୟକ ଭେଙ୍କଟରମଣପ୍ପା ଜଣେ ଯୁବକଙ୍କୁ ଚାପୁଡା ମାରିଥିବାର କଥା ସାମ୍ନାକୁ ଆସିଛି । ଯୁବକ ଜଣକ ନିଜ ଗାଁ ପାଇଁ ପାନୀୟ ଜଳ ଏବଂ ରାସ୍ତା ନିର୍ମାଣ ଭଳି ମୌଳିକ ସୁବିଧା ମାଗିବା ମାତ୍ରେ ବିଧାୟକ ତାଙ୍କୁ ଚାପୁଡ଼ା ମାରିଥିଲେ ଏବଂ ପରେ ତାଙ୍କୁ ଜେଲରେ ଭର୍ତ୍ତି କରିଦେବାର ମଧ୍ୟ ଧମକ ଦେଇଥିଲେ । ସେପଟେ ନାଗେନହଲ୍ଲୀ ଗ୍ରାମର ଜଣେ ଯୁବକ ନରସିଂହା ମୂର୍ତ୍ତି ସ୍ଥାନୀୟ ତହସିଲ ଅଫିସ ଗସ୍ତ କରିଥିଲେ ।
ସେଠାରେ ଗ୍ରାମରେ ଥିବା ଅସୁବିଧାର ସମାଧାନ ପାଇଁ ଅନୁରୋଧ କରିଥିଲେ । ଏହାପରେ ସେ ସ୍ଥାନୀୟ ବିଧାୟକ ଭେଙ୍କଟରମଣପ୍ପାହ୍କୁ ଭେଟିବା ସହ ରାସ୍ତା, ପାଣି ଆଦି ସମସ୍ୟା ବାବଦରେ ଜଣାଇଥିଲେ । କିନ୍ତୁ ଏହା ଶୁଣି ବିଧାୟକଙ୍କ ମୁଣ୍ଡକୁ ପିତ୍ତ ଚଢି ଯାଇଥିଲା । ସେ ୟୁବକଙ୍କୁ ଚାପୁଡା ମାରିଥିଲେ । ଏପରିକି ଗିରଫ କରିଦେବେ ବୋଲି ମଧ୍ୟ ଧମକ ଦେଇଥିଲେ । ଏହି ଘଟଣାର ଭିଡିଓ ଭାରତୀୟ ଜନତା ପାର୍ଟି ସୋସିଆଲ ମିଡିଆରେ ସେୟାର କରିବା ପରେ ଚର୍ଚ୍ଚା ଜୋର୍ ଧରିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।





