ସ୍କୁଲ ବସ୍‌ ଉପରେ ୪ ଲକ୍ଷ ଟଙ୍କାର ଫାଇନ୍‌ କାଟିଲା ପରିବହନ ବିଭାଗ

କୋରାପୁଟ: ସ୍କୁଲ ଗାଡିର ଫିଟ୍ ନେସ୍ ଚେକିଂ। RTO ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍କୁଲ ଯାନବାହନର କଡାକଡି ଫିଟ୍ ନେସ୍ ଚେକିଂ ଆରମ୍ଭ ହୋଇଛି । ସ୍କୁଲ ପିଲାଙ୍କ ସୁରକ୍ଷାକୁ ନେଇ ଆକ୍ସନ ରେ ଏସଟିଏ | ସ୍କୁଲ ପିଲାଙ୍କୁ ପରିବହନ କରୁଥିବା ବସ୍ ଓ ଅନ୍ୟ ହାଲୁକା ଯାନର ଚେକିଂ ପାଇଁ ନିର୍ଦେଶ | ଯାହାକୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି | ସ୍ପେଶାଲ ଡ୍ରାଇଭରେ ସ୍କୁଲ ପିଲାଙ୍କୁ ନେବା ଆଣିବା କରୁଥିବା ସବୁ ପ୍ରକାର ଗାଡ଼ିର ଫିଟେନସ୍, ପରମିଟ, ଇନସୁରାନ୍ସ, ପଲ୍ୟୁସନ ସାର୍ଟିଫିକେଟ ଆଦି ଯାଞ୍ଚ କରାଯିବ । ତେବେ ଫିଟନେସ୍‌ ଯାଞ୍ଚ ବେଳେ ସ୍କୁଲ ବସ୍‌କୁ ଜରିମାନା। ସ୍କୁଲ ବସ୍‌ ଉପରେ ୪ ଲକ୍ଷ ଫାଇନ୍‌ କାଟିଲା ପରିବହନ ବିଭାଗ। ସେମିଳିଗୁଡ଼ାର ଏକ ଇଂଲିଶ ମିଡିୟମ ସ୍କୁଲ ବସ୍‌କୁ ଏହି ଫାଇନ୍‌ ହୋଇଛି। ଟ୍ୟାକ୍ସ ପାଇଁ ୩.୮୦ ଲକ୍ଷ ଓ ଫିଟନେସ୍‌ ପାଇଁ ୨୧ ହଜାର ୫୦୦ ଜରିମାନା କରିଛି ପରିବହନ ବିଭାଗ।

ନିର୍ଦ୍ଦିଷ୍ଟ ସଂଖ୍ୟାଠୁ ଅଧିକ ସଂଖ୍ୟାରେ ପିଲା ପରିବହନ କରୁଥିଲେ ଗାଡ଼ିର ଏବଂ ଚାଳକଙ୍କ ଲାଇସେନ୍ସ ଯାଞ୍ଚ୍ କରାଯିବ । ସ୍କୁଲ ପିଲାଙ୍କ ସୁରକ୍ଷିତ ଯାତାୟାତକୁ STAର ଗୁରୁତ୍ୱ ଦେଇଛି। ଏ ନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ସବୁ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି । ସ୍କୁଲ ପିଲାଙ୍କ ସୁରକ୍ଷିତ ପରିବହନ ଲାଗି ଏଭଳି ପଦକ୍ଷେପ ନିଆଯାଉଥିବା ଏସଟିଏ ସୂଚନା ଦେଇଛି । ସପ୍ତାହବ୍ୟାପୀ ଯାଞ୍ଚ ପରେ ୨୮ ତାରିଖରେ ରିପୋର୍ଟ ଦେବାକୁ ଆଞ୍ଚଳିକ ପରିବନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ରାଜ୍ୟରେ ଅନେକ ସ୍କୁଲରେ କାଗଜପତ୍ର ଠିକ୍‌ ନ ଥିବା ଗାଡ଼ି ଛୋଟ ପିଲାଙ୍କୁ ବିପଦସଙ୍କୁଳ ଅବସ୍ଥାରେ ପରିବହନ କରୁଥିବା ଅଭିଯୋଗ ହେଉଛି। ଯେଉଁଥିପାଇଁ ଅନେକ ସମୟରେ ଗାଡ଼ିଗୁଡ଼ିକ ଦୁର୍ଘଟଣାଗ୍ରସ୍ତ ହୋଇ ବହୁ ଜୀବନ ହାନୀ ହେଉଛି। ଏହା ଉପରେ ରୋକ୍‌ ଲଗାଇବା ପାଇଁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ସ୍କୁଲ୍‌ ଗାଡ଼ିର କାଗଜପତ୍ର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି |

Related Posts