ଆଉ ନାହାନ୍ତି ମହାଭାରତର କର୍ଣ୍ଣ; ଲୋକପ୍ରିୟ ଅଭିନେତା ପଙ୍କଜ ଧୀରଙ୍କ ପରଲୋକ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆଉ ନାହାନ୍ତି ମହାଭାରତର କର୍ଣ୍ଣ। ବହୁଚର୍ଚ୍ଚିତ ମହାଭାରତ ସିରିଏଲରେ କର୍ଣ୍ଣ ଭୂମିକାରେ ଅଭିନୟ କରିଥିବା ଅଭିନେତା ପଙ୍କଜ ଧୀରଙ୍କ ଦେହାନ୍ତ। ୬୮ ବର୍ଷ ବୟସରେ ଆଜି ସକାଳୁ ତାଙ୍କର ଦେହାନ୍ତ ହୋଇଛି । ଗତ କିଛି ବର୍ଷ ହେଲା ସେ କ୍ୟାନସରରେ ପୀଡିତ ହୋଇ ଚିକିତ୍ସାଧିନ ଥିଲେ । ତାଙ୍କର ମୃତ୍ୟୁ ପରେ ତାଙ୍କ ଫ୍ୟାନ୍ସ ମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି।

ପଙ୍କଜଙ୍କ ମୃତ୍ୟୁ ନେଇ ସୋସିଆଲ ମିଡିଆରେ ତାଙ୍କ ବନ୍ଧୁ ଫିରୋଜ ଖାନ୍ ସୂଚନା ଦେଇଛନ୍ତି। ମୁମ୍ବାଇର ଭିଲେ ପାର୍ଲେର ତାଙ୍କର ଆଜି ଅନ୍ତିମ ସଂସ୍କାର ହେବ। ପଙ୍କଜଙ୍କ ମୃତ୍ୟୁ ପରେ ଟିଭି ସହ ସିନେ ଜଗତରେ ଗଭୀର ଶୋକ ପ୍ରକାଶ ପାଇଛି। ମହାଭାରତରେ ତାଙ୍କର ଅଭିନୟ ବର୍ଷ ବର୍ଷ ଧରି ଲୋକଙ୍କ ହୃଦୟରେ ଜୀବିତ ରହିଛି। ତାଙ୍କର ଦେହାନ୍ତରେ ଏକ ଟିଭି ଜଗତରେ ଏକ ଶୁନ୍ୟସ୍ଥାନ ସୃଷ୍ଟି ହୋଇଛି।

୧୯୮୧ ମସିହାରେ ପୁନମ ଫିଲ୍ମ ମାଧ୍ୟମରେ କ୍ୟାରିୟର ଆରମ୍ଭ କରିଥିଲେ ପଙ୍କଜ ଧୀର। ୧୯୮୮ ମସିହାରେ ବି.ଆର ଚୋପ୍ରାଙ୍କ ମହାଭାରତରେ ସିରିଏଲରେ କର୍ଣ୍ଣ ଭୂମିକାରେ ଅଭିନୟ କରି ଘରେ ଘରେ ନିଜର ପରିଚୟ ସୃଷ୍ଟି କରିଥିଲେ ପଙ୍କଜ । 

Related Posts