ମୁମ୍ଵାଇ : ବଲିଉଡ ଅଭିନେତା ଆମୀର ଖାନ, କରୀନା କପୁର ଖାନ, ନାଗା ଚୈତନ୍ୟ ଏବଂ ମୋନା ସିଂଙ୍କ ଅଭିନୀତ ଫିଲ୍ମ ଲାଲ ସିଂ ଚଢା ଏବେ OTT ରେ । ହଠାତ୍ କୌଣସି ସୂଚନା ଏବଂ ବିନା ଘୋଷଣାରେ ନେଟଫ୍ଲିକ୍ସରେ ତିନୋଟି ଭାଷାରେ (ହିନ୍ଦୀ, ତାମିଲ ଏବଂ ତେଲୁଗୁ) ପ୍ରିମିୟର୍ ହୋଇଛ। ଯାହା ପରେ # ଲାଲ ସିଙ୍ଗ୍ ଚଢା ଟ୍ୱିଟରରେ ଟ୍ରେଣ୍ଡ କରୁଛନ୍ତି।
ଏହି ଫିଲ୍ମ୍ ପାଇଁ ଅମୀର ବହୁ ବର୍ଷ ଧରି କଠିନ ପରିଶ୍ରମ କରିଥିଲେ। ତାଙ୍କର ସମ୍ପୂର୍ଣ୍ଣ ଆଶା ଥିଲା ଯେ ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ବହୁତ ରୋଜଗାର କରିବ । କିନ୍ତୁ ଅଦ୍ୱିତ ଚନ୍ଦନଙ୍କ ନିର୍ଦ୍ଦେଶିତ ଲାଲ ସିଂ ଚଢା କିଛି ବିଶେଷ ପ୍ରଦର୍ଶନ କରିପାରିନଥିଲା ।ରିଲିଜ୍ ପୂର୍ବରୁ ଅମୀର ଖାନ୍ ପ୍ରମୋସନ ସମୟରେ କହିଥିଲେ ଯେ ଫିଲ୍ମଟି ୬ ମାସ ପରେ ଓଟିଟିରେ ରିଲିଜ୍ ହେବ। କିନ୍ତୁ ଫିଲ୍ମ ଫ୍ଲପ୍ ହେତୁ ଏହି ନିଷ୍ପତ୍ତି ବଦଳି ଯାଇଛି ଏବଂ ୨ମାସ ମଧ୍ୟରେ ଫିଲ୍ମଟି ଓଟିଟିରେ ପ୍ରିମିୟର କରାଦିଆଯାଇଛି।
ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଅମୀର ଖାନ ଏହି ଚଳଚ୍ଚିତ୍ରର ଓଟିଟି ରାଇଟ୍ସକୁ ପ୍ରାୟ ୧୫୦ କୋଟିରେ ବିକ୍ରି କରିବାକୁ ଚାହୁଁଥିଲେ। ତଥାପି ଏହା ସଫଳ ହୋଇନଥିଲା ଏବଂ ନେଟଫ୍ଲିକ୍ସ ଏହି ଫିଲ୍ମକୁ ପ୍ରାୟ ୮୦-୯୦ କୋଟିରେ କିଣିଥିଲେ। ଉଲ୍ଲେଖନୀୟ କଥା ହେଉଛି, ଅଗଷ୍ଟ ୧୧ ରେ ରିଲିଜ୍ ହେବା ଦିନ ଲାଲ ସିଂ ଚଢା ୧୧.୭୦ କୋଟି ଟଙ୍କା ସଂଗ୍ରହ କରିଥିଲା। ଫିଲ୍ମର ପ୍ରଥମ ସପ୍ତାହରେ ବକ୍ସ ଅଫିସରେ ୫୦.୯୮ କୋଟି ଟଙ୍କା ହୋଇଥିବାବେଳେ ଫିଲ୍ମର ମୋଟ କଲେକସନ ୫୮.୭୩ କୋଟି ଟଙ୍କା ହୋଇଥିଲା। ଫରେଷ୍ଟ ଗୁମ୍ପର ଅଫିସିଆଲ୍ ରିମେକ୍ ଲାଲ ସିଂ ଚଢାଙ୍କୁ IMDb ରେ ୫ ରେଟିଂ ମିଳିଛି





