(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : କଂଗ୍ରେସ ପାର୍ଟି ଏବେ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ୨୦୧୪ ରୁ କ୍ଷମତା ବାହାରେ ଥିବା କଂଗ୍ରେସ ଏବେ ଦଳୀୟ ଖର୍ଚ୍ଚ ତୁଲାଇବାକୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛି। ଏହାର ମୁକାବିଲା ପାଇଁ ପାର୍ଟି ଏବେ ଖର୍ଚ୍ଚ କାଟ କରିବାକୁ ନିଷ୍ପତ୍ତି ନେଇଛି । ଆର୍ଥିକ ସଙ୍କଟ ଯୋଗୁଁ କଂଗ୍ରେସ ପାର୍ଟି ଏବେ ସାଂସଦମାନଙ୍କୁ ନିଜସ୍ୱ ଅର୍ଥରେ ବିମାନ ଯାତ୍ରା କରିବାକୁ କହିଛି। ପୂର୍ବରୁ ସାଂସଦଙ୍କ ବିମାନ ଖର୍ଚ୍ଚ ଦଳ ବହନ କରୁଥିବା ବେଳେ ଏବେ କିନ୍ତୁ ନିଜ ଅର୍ଥରେ ଯିବା ପାଇଁ ଦଳ ପକ୍ଷରୁ କୁହାଯାଇଛି । ଏଥିସହ ସାଂସଦଙ୍କୁ ପାର୍ଟି ଫଣ୍ଡକୁ ବର୍ଷକୁ ୫୦ ହଜାର ଟଙ୍କା ଲେଖାଏଁ ଦାନ କରିବାକୁ ନିବେଦନ କରାଯାଇଛି।
ଦଳ ସଚିବଙ୍କ ଠାରୁ ସାଧାରଣ ସଚିବଙ୍କ ପର୍ଯ୍ୟନ୍ତ ଦଳର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ପାଇଁ ଆର୍ଥିକ ନିର୍ଦ୍ଦେଶାବଳୀ ଘୋଷଣା କରିଛନ୍ତି। କଂଗ୍ରେସର କୋଷାଧ୍ୟକ୍ଷ ପୱନ ବଂଶଲ କହିଛନ୍ତି, “ଖର୍ଚ୍ଚକୁ ସର୍ବନିମ୍ନ ସ୍ତରରେ ରଖିବା ପାଇଁ ଏପରି ଯୋଜନା କରାଯାଇଛି। ମୁଁ ନିଜେ ଗୋଟିଏ ଗୋଟିଏ ଟଙ୍କା ସଞ୍ଚୟ କରିବାକୁ ଚେଷ୍ଟା କରୁଛି।”
ସଚିବମାନଙ୍କୁ ଟ୍ରେନରେ ଯାତ୍ରା କରିବାକୁ କୁହାଯାଇଛି ଏବଂ ଯେତେବେଳେ ସର୍ବନିମ୍ନ ବିମାନରେ ସମ୍ଭବ ନୁହେଁ । ଟ୍ରେନ ଯାତ୍ରା କରିବା ଯେତେବେଳେ ସମ୍ଭବ ହେଉନାହିଁ ସେତେବେଳେ ସବୁଠାରୁ କମ ଦାମର ଟିକେଟ ନେଇ ବିମାନ ଯାତ୍ରା କରିବାକୁ ପରାମର୍ଶ ଦିଆଯାଇଛି। ଦଳର ଯେଉଁ ସଚିମାନେ ସାଂସଦ ଭାବେ କାର୍ଯ୍ୟ କରୁଛନ୍ତି, ସେମାନେ ବିମାନ ଯାତ୍ରାର ଅର୍ଥ ନିଜ ପକେଟରୁ ବହନ କରନ୍ତୁ। NDTV ରିପୋର୍ଟ ଅନୁଯାୟୀ , ଏଆଇସିସିର କାର୍ଯ୍ୟକର୍ତ୍ତା ଓ ସଚିବମାନଙ୍କୁ ସର୍ବାଧିକ ୧୪ଶହ କିମି ଯାଏ ଟ୍ରେନ ଯାତ୍ରା ବାବଦ ଭଡ଼ା ଦଳ ପକ୍ଷରୁ ଦିଆଯିବ। ୧୪ଶହ କିମିରୁ ଅଧିକ ଦୂରତା ଯାତ୍ରା କରିବା ପାଇଁ ସଚିବମାନଙ୍କୁ ସର୍ବନିମ୍ନ ବିମାନ ଭଡ଼ା ଦିଆଯିବ। ଯଦି ଟ୍ରେନ ଭଡ଼ା ବିମାନ ଭଡ଼ା ଠାରୁ ଅଧିକ ରହୁଛି, ତା’ହେଲେ ସେମାନେ ବିମାନରେ ଯିବା ଆସିବା କରିପାରିବେ। ଏଭଳି କ୍ଷେତ୍ରରେ ବିମାନ ଭଡ଼ା ମାସକୁ ଦୁଇ ଥର ଦିଆଯିବ।
ଏଥିରେ କୁହାଯାଇଛି ଯେ କ୍ୟାଣ୍ଟିନ, ଷ୍ଟେସନାରୀ, ବିଦ୍ୟୁତ୍, ଖବରକାଗଜ, ଇନ୍ଧନ ଇତ୍ୟାଦି ଖର୍ଚ୍ଚ ଏଆଇସିସି କାର୍ଯ୍ୟାଳୟର ଅଧିକାରୀମାନେ ଖର୍ଚ୍ଚକୁ ଯଥା ସମ୍ଭବ କମ କରିବା ପାଇଁ କୁହାଯାଇଛି । ଦଳ କହିଛି ଯେ ସଚିବ ଓ ମହାସଚିବଙ୍କ ପାଇଁ ଥିବା ୧୨ ହଜାର ଏବଂ ୧୫ ହଜାର ଟଙ୍କାର ଭତ୍ତା ମଧ୍ୟ କଟାଯିବ। ସେମାନଙ୍କ ମଧ୍ୟରୁ ଅଧିକାଂଶ କ୍ୱଚିତ୍ ଏହି ଅର୍ଥକୁ ବ୍ୟବହାର କରନ୍ତି ଏବଂ ଆମେ ମଧ୍ୟ ଏହି ଖର୍ଚ୍ଚ ହ୍ରାସ କରିବାକୁ ଚେଷ୍ଟା କରୁଛୁ ବୋଲି ଶ୍ରୀ ବଂଶଲ କହିଛନ୍ତି। କଂଗ୍ରେସ ସାଂସଦମାନଙ୍କୁ ଦଳୀୟ ପାଣ୍ଠିକୁ ପ୍ରତିବର୍ଷ ୫୦ ହଜାର ଟଙ୍କା ଲେଖାଏ ଦେବ ଓ ଦଳର ଦୁଇ ଜଣ ସମର୍ଥକଙ୍କ ଠାରୁ ବର୍ଷକୁ ୪୦୦୦ ଟଙ୍କା ଲେଖାଏ ଆଣିବାକୁ ଚେଷ୍ଟା କରିବେ। ଏହାଦ୍ୱାରା ଦଳ ନିଜ ପାଣ୍ଠିକୁ ବୃଦ୍ଧି କରିବା ସହ ପ୍ରଚାର ପ୍ରସାର ପାଇଁ ଟଙ୍କା ଖର୍ଚ୍ଚ କରିପାରିବ ବୋଲି ଲକ୍ଷ୍ୟ ରଖିଛି।
NDTV ରିପୋର୍ଟ ଅନୁଯାୟୀ ୨୦୧୯-୨୦ ଆର୍ଥିକ ବର୍ଷରେ କଂଗ୍ରେସର ନିର୍ବାଚନୀ ବଣ୍ଡ ଆୟ ୧୭% ହ୍ରାସ ପାଇଛି। ୨୦୧୮-୧୯ରେ ଦଳ ନିର୍ବାଚନୀ ବଣ୍ଡରୁ ୩୮୩ କୋଟି ପାଇଥିଲା। କିନ୍ତୁ ୨୦୧୯-୨୦ରେ ସମୁଦାୟ ବଣ୍ଡ୍ ପରିମାଣର ମାତ୍ର ୯% ଅର୍ଥ ବା ୩୧୮ କୋଟି ଟଙ୍କା ଆୟ କରିଥିଲା।
ଏହି ସମୟରେ ମଧ୍ୟରେ ବିଜେପି ବିକ୍ରି ହୋଇଥିବା ମୋଟ ବଣ୍ଡର ୭୬ ପ୍ରତିଶତ ବା ୨୫୫୫ କୋଟି ଟଙ୍କା ଆୟ କରିଛି। ୨୦୧୯-୨୦ରେ ମୋଟ ବିକ୍ରି ହୋଇଥିବା ବଣ୍ତ୍ ର ପରିମାଣ ହେଉଛି ୩୫୫୫ କୋଟି। ଗତବର୍ଷ ବିଜେପି ନିର୍ବାଚନୀ ବଣ୍ଡରୁ ୧୪୫୦ କୋଟି ଟଙ୍କା ପାଇଥିଲେ। ହେଲେ ୨୦୧୯-୨୦ରେ ଦଳ ୭୫% ଅଧିକ ଆୟ କରିଛି।
୨୦୧୭-୧୮ ରେ କେନ୍ଦ୍ର ସରକାରଙ୍କ ଦ୍ବାରା ଦିଆଯାଉଥିବା ନିର୍ବାଚନୀ ବଣ୍ଡ, ବ୍ୟକ୍ତିବିଶେଷ ତଥା ନିଗମଗୁଡିକ – ଆଂଶିକ ବିଦେଶୀ ସଂସ୍ଥାଗୁଡ଼ିକର ମାଲିକାନା ସମେତ – ରାଜନୈତିକ ଦଳଗୁଡିକୁ ଅଜ୍ଞାତ ଭାବରେ ପାଣ୍ଠି ଯୋଗାଇବାକୁ ଅନୁମତି ଦେଇଥାଏ ।କଂଗ୍ରେସ ଏହାକୁ ବିରୋଧ କରିଥିଲା । ଦଳ ପକ୍ଷରୁ ଯୁକ୍ତି କରାଯାଇଥିଲା ଯେ ବଣ୍ଡ୍ ମାଧ୍ୟମରେ ସରକାର “ଦୁର୍ନୀତିକୁ ପ୍ରସୟ ଦେଉଛନ୍ତି।





