ଭୁବନେଶ୍ୱର,୧୧/୩(ସତ୍ୟପାଠ ବ୍ୟୁରୋ): କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ରାଜ୍ୟପାଳ ରଘୁବର ଦାସ | ରାଜ୍ୟରେ ବିଜେପି ଓ ବିଜେଡି ମଧ୍ୟରେ ମେଣ୍ଟ ଚର୍ଚ୍ଚା ଭିତରେ ଅମିତ ଶାହଙ୍କୁ ଭେଟିଛନ୍ତି ରାଜ୍ୟପାଳ | ଅମିତ ଶାହଙ୍କ ଦିଲ୍ଲୀ ବାସଭବନରେ ରାଜ୍ୟପାଳ ସାକ୍ଷାତ କରିଥିବା ନିଜ ଏକ୍ସ ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି |
ସେପଟେ ଗତକାଲିଠାରୁ ଦିଲ୍ଲୀ ଗସ୍ତରେ ଅଛନ୍ତି ରାଜ୍ୟ ବିଜେପି ନେତୃତ୍ୱ | ରାଜ୍ୟ ବିଜେପି ସଭାପତି ମନେମୋହନ ସାମଲ ଓ ସାଧାରଣ ସମ୍ପାଦକ ମାନସ ମହାନ୍ତି ଦିଲ୍ଲୀ ଗସ୍ତ କରିଛନ୍ତି। ଏଥିସହ ରାଜ୍ୟ ନିର୍ବାଚନ ପ୍ରଭାରୀ ଓ ସହ ପ୍ରଭାରୀ ମଧ୍ୟ ଦିଲ୍ଲୀ ଯାଇଛନ୍ତି। କୌଣସି ମୂହୁର୍ତ୍ତରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ରାଜ୍ୟ ବିଜେପି ଟିମ ସହ ବୈଠକ କରିବେ ବୋଲି ସୂଚନା ମିଳିଛି। ଏହି ବୈଠକରେ ମେଣ୍ଟ ସମ୍ପର୍କରେ କିଛି ନିଷ୍ପତ୍ତି ନିଆଯାଇପାରେ ବୋଲି ଅନୁମାନ କରାଯାଉଛି।





