ବିଜେପି କର୍ମୀଙ୍କ ଉପରେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନେଇ ବିଧାନସଭାରେ ପ୍ରବଳ ହଟ୍ଟଗୋଳ, ଦିନ ୧୧ଟା ୩୦ ପର୍ଯ୍ୟନ୍ତ ଗୃହ ମୁଲତବି

ଭୁବନେଶ୍ୱର,୧/୩(ସତ୍ୟପାଠ ବ୍ୟୁରୋ): ଆଜି ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ବିଜେପି ସଦସ୍ୟଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି। ଗତକାଲି ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିଧାନସଭା ଘେରାଉ ବେଳେ ହୋଇଥିବା ଗଣ୍ଡଗୋଳକୁ ନେଇ ତାତିଛନ୍ତି ବିଜେପି ବିଧାୟକ। ବିଜେପି ଯୁବ ମୋର୍ଚ୍ଚା କର୍ମୀମାନଙ୍କଉପରେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ବାଚସ୍ପତିଙ୍କ ପୋଡ଼ିୟମ ତଳେ ବିଜେପି ସଦସ୍ୟ ହଟ୍ଟଗୋଳ କରିଥିଲେ। ଫଳରେ ଗୃହକାର୍ଯ୍ୟରେ ବାଧା ଉପୁଜିବାରୁ ବାଚସ୍ପତି ଗୃହକୁ ପୂର୍ବାହ୍ନ ୧୧ଟା ୩୦ ପର୍ଯ୍ୟନ୍ତ ମୁଳତବି ରଖିଛନ୍ତି।

ବିଜେପି ଯୁବ ମୋର୍ଚ୍ଚା କର୍ମୀମାନଙ୍କଉପରେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନେଇ ଆଜି କମ୍ପିଛି ଗୃହ। ସେଥିପାଇଁ ୧୧.୩୦ ପର୍ଯ୍ୟନ୍ତ ବାଚସ୍ପତି ଗୃହକୁ ମୁଲତବି ରଖିଛନ୍ତି। ବିଧାନସଭା ବାହାରେ ଏହି ପ୍ରସଙ୍ଗକୁ ନେଇ ବିଜେପି ଧାରଣା ଜାରି ରଖିଥିବା ବେଳେ ଗୃହ ଭିତରେ ଏହି ପ୍ରସଙ୍ଗ ଉଠାଇ ତୁମ୍ଭିତୋଫାନ କରିଛନ୍ତି ବିଜେପି ବିଧାୟକ ।

Related Posts