ଭୁବନେଶ୍ୱର,୨୪/୫(ସତ୍ୟପାଠ ବ୍ୟୁରୋ): ଆସନ୍ତା ୨୬ରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ପ୍ରେସ୍ମିଟ କରି ସୂଚନା ଦେଲେ ବୋର୍ଡ ସଭାପତି । ୨୬ ତାରିଖ ସକାଳ ୧୦ଟା ୩୦ରେ ରେଜଲ୍ଟ ପ୍ରକାଶ ପାଇବ । ୧୧ଟା ୩୦ ସୁଦ୍ଧା ୱେବସାଇଟ୍ରେ ରେଜଲ୍ଟ ମିଳିବ । ଇଣ୍ଟରନେଟ୍ ସୁବିଧା ନ ଥିଲେ ଏସ୍ଏମ୍ଏସ୍ରେ ରେଜଲ୍ଟ ମିଳି ପାରିବ । ଅପରାହ୍ନ ୪ଟା ସୁଦ୍ଧା ଡିଜିଟାଲ ସାର୍ଟିଫିକେଟ୍ ଡାଉନଲୋଡ୍ କରିହେବ ବୋଲି ସୂଚନା ଦେଇଛନ୍ତି ବୋର୍ଡ ସଭାପତି ।
ଚଳତିବର୍ଷ ୫ ଲକ୍ଷ ୫୧ ହଜାର ୬୧୧ ଜଣ ମାଟ୍ରିକ୍, ୭୮୩୧ ଜଣ ମୁକ୍ତ ବିଦ୍ୟାଳୟ ଓ ୩୦୩୭ ଜଣ ମଧ୍ୟମା ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ । ରାଜ୍ୟର ମୋଟ୍ ୩୦୪୭ ପରୀକ୍ଷା କେନ୍ଦ୍ର ଓ ପ୍ରଶ୍ନପତ୍ର ଗଚ୍ଛିତ ପାଇଁ ୩୧୩ ନୋଡାଲ କେନ୍ଦ୍ର ମଧ୍ୟ କରାଯାଇଥିଲା ।
ସେହିପରି ୨୬ ତାରିଖ ଅପରାହ୍ନରେ ପ୍ରକାଶ ପାଇବ ଯୁକ୍ତ ୨ ରେଜଲ୍ଟ। ଏକାସାଙ୍ଗରେ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇବ ବୋଲି ସିଏଚ୍ଏସ୍ଇ ପକ୍ଷରୁ ସୂଚନା ମିଳିଛି। www.orissaresults.nic.inରେ ଲଗ୍ ଇନ୍ କରି ଛାତ୍ରୀଛାତ୍ର ସେମାନଙ୍କ ରେଜଲ୍ଟ ଦେଖିପାରିବେ।
ସୂଚନାଯୋଗ୍ୟ, ଫେବୃଆରୀ ୧୬ରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଚାଲିଥିଲା। ଚଳିତ ବର୍ଷ ୩ ଲକ୍ଷ ୮୬ହଜାର ୨୫୦ ଛାତ୍ରୀଛାତ୍ର ପରୀକ୍ଷା ଦେଇଛନ୍ତି।





