ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନେଇ ବିଜେପିର ମୁଖ୍ୟମନ୍ତ୍ରୀ ପରିଷଦ ବୈଠକ ଆରମ୍ଭ, ବୈଠକରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭାରତୀୟ ଜନତା ପାର୍ଟିର ମୁଖ୍ୟମନ୍ତ୍ରୀ ପରିଷଦର ବୈଠକ ଆରମ୍ଭ ହୋଇଛି । ଦିଲ୍ଲୀରେ ଅନୁଷ୍ଠିତ ଏହି ବୈଠକରେ ଭାଜପା ଶାସିତ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗ ଦେଇଛନ୍ତି । ଏହି ବୈଠକରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଭାଜପା କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ।କୁହାଯାଉଛି କି ଦଳର ଅଗାମୀ ରଣନୀତିକୁ ନେଇ ଏହି ବୈଠକ ଡକାଯାଇଛି ।ସୂଚନାଯୋଗ୍ୟ, ଆଗାମୀ ଦିନରେ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ୨୦୨୪ ଲୋକ ସଭା ନିର୍ବାଚନ ମଧ୍ୟ ରହିଛି । ଏହାରି ଭିତରେ ସମସ୍ତ ଭାଜପା ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ସବୁ ରାଜ୍ୟର ବିକାଶ କାର୍ଯ୍ୟର ସମିକ୍ଷା କରାଯାଇପାରେ ବୋଲି ଅନୁମାନ କରାଯାଉଛି । ଏହି ବୈଠକରେ ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନ ନେଇ ମଧ୍ୟ ଆଲୋଚନା ହେବାନେଇ ସୂଚନା ମିଳିଛି।

Related Posts