ନବୀନ ନିବାସରେ ବାଦ୍ ପଡିଥିବା ମନ୍ତ୍ରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ନୂତନ ମନ୍ତ୍ରୀମଣ୍ଡଳ ଗଠନ କରିଛନ୍ତି । ତେବେ ନୂତନ ମନ୍ତ୍ରୀମଣ୍ଡଳରୁ ୧୦ ମନ୍ତ୍ରୀ ବାଦ ପଡ଼ିଛନ୍ତି । ବାଦ ପଡ଼ିଥିବା ଏହି ମନ୍ତ୍ରୀମାନେ ଆଜି ନବୀନ ନିବାସରେ ପହଞ୍ଚିଛନ୍ତି । ବିଭିନ୍ନ ପ୍ରସଙ୍ଗ ସହ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ଚାଲିଛି । ସେପଟେ ନବୀନ ନିବାସରେ ପ୍ରତାପ ଜେନା, ଦିବ୍ୟଶଙ୍କର ମିଶ୍ର, ଅରୁଣ ସାହୁ, ଜ୍ୟୋତି ପାଣିଗ୍ରାହୀ ରଘୁନନ୍ଦନ ଦାସ, ପଦ୍ମିନୀ ଦିଆନ, ପଦ୍ମନାଭ ବେହେରା, ସୁଦାମ ମାରାଣ୍ଡି ଓ ସୁଶାନ୍ତ ସିଂ ପ୍ରମୁଖ ଉପସ୍ଥିତ ଥିବା ସୂଚନା ।

ତେବେ କେଉଁ ପ୍ରସଙ୍ଗ ନେଇ ଆଲୋଚନା ହେଉଛି । ସେନେଇ କିଛି ସବିଶେଷ ତଥ୍ୟ ମିଳିନାହିଁ । ତେବେ ଦଳର ସାଙ୍ଗଠନିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଏହି ବୈଠକ ଡ଼କାଯାଇଥିବାର କୁହାଯାଉଛି । ବାଦ ମନ୍ତ୍ରୀମାନଙ୍କୁ ଅନ୍ୟ କୌଣସି ଗୁରୁଦାୟିତ୍ୱ ଦିଆଯାଇପାରେ ବୋଲି ମଧ୍ୟ ଚର୍ଚ୍ଚା ଜୋର ଧରିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି ।

Related Posts