ଆସନ୍ତା ଜୁନ୍‌ ୧୫ରୁ ମଧ୍ୟ ଓ ଉତ୍ତର ଭାରତ ଛୁଇଁବ ମୌସୁମି ବାୟୁ

ନୂଆଦିଲ୍ଲୀ: ବଦଳିବ ପାଣିପାଗ | ସକ୍ରିୟ ହେବ ମୌସୁମୀ | ବହୁତ ଶୀଘ୍ର ଆସିବ ମୌସୁମି ବାୟୁ | ପାଣିପାଗ ବିଭାଗ ଅନୁସାରେ ଆସନ୍ତା ଜୁନ୍‌ ୧୫ ରୁ ମଧ୍ୟ ଓ ଉତ୍ତର ଭାରତରେ ମୌସୁମି ବାୟୁ ଛୁଇଁବ ଏବଂ ବର୍ଷା ଆରମ୍ଭ ହୋଇଯିବ। ଆଇଏମଡି (ଭାରତୀୟ ପାଣିପାଗ ବିଭାଗ)ର ନିର୍ଦ୍ଦେଶକ ମୃତ୍ୟୃଞ୍ଜୟ ମହାପାତ୍ର କହିଛନ୍ତି ଜୁନ୍‌ ୧୫ରୁ ବର୍ଷା ବଡ଼ଜୋର୍‌ ବର୍ଷା ହୋଇପାରେ। ସେ କହିଛନ୍ତି ବର୍ଷାହେବା ଫଳରେ ଧାନ, ମକା, କପା, ସୋୟାବିନ୍‌, ଆଖୁ, ବାଦାମ୍‌ ଫସଲ ବୁଣିବାରେ ସହାୟକ ହେବ।

ସୂଚନାଥାଉକି ଏଥର ମେ ୨୯ରେ ମୌସୁମି ବାୟୁ କେରଳ ଛୁଇଁଥିଲା। ଏଥର ନିର୍ଦ୍ଧାରିତ ସମୟର ଦୁଇଦିନ ପୂର୍ବରୁ ମୌସୁମିବାୟୁ ପହଞ୍ଚି ଥିଲା। କିନ୍ତୁ ଜୁନ୍‌ ୧ ପର୍ଯ୍ୟନ୍ତ ହାରାହାରି ମାତ୍ରାରୁ ବହୁତ ବର୍ଷା ହୋଇଛି। ପାଣିପାଗ ବିଭାଗ ସାମାନ୍ୟ ବର୍ଷାର ଆକଳନ ହାରାହାରି ୫୦ ବର୍ଷ ହିସାବରେ କରିଥାଏ। ୯୬ ରୁ ୧୦୪ ପ୍ରତିଶତ ପର୍ଯ୍ୟନ୍ତ ବର୍ଷାକୁ ସାମାନ୍ୟ ବୋଲି କୁହାଯାଏ। ପୁରା ବର୍ଷା ଋତୁରେ ୮୭ ସେମି ବର୍ଷାକୁ ସାମାନ୍ୟ ବର୍ଷା ବୋଲି କୁହାଯାଏ।

ମୌସୁମି ବାୟୁ ଉପରେ ଭାରତର କୃଷି, ଅର୍ଥବ୍ୟବସ୍ଥା ନିର୍ଭର କରିଥାଏ ଓ ବର୍ଷା ଋତୁରେ ପୁରା ବର୍ଷର ୭୦ ପ୍ରତିଶତ ବର୍ଷା ହୋଇଥାଏ। ପାଣିପାଗ ବିଭାଗ ଅନୁସାରେ ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ, ଆସାମ୍‌, ଦକ୍ଷିଣ ପଶ୍ଚିମବଙ୍ଗ, ମେଘାଳୟ, ସିକ୍କିମ ଓ କର୍ଣ୍ଣାଟକର କିଛି ଅଂଶରେ ଭଲ ବର୍ଷା ହୋଇଛି।

ଏବେ ପଶ୍ଚିମା ପବନ ବହୁଥିବାରୁ କେରଳ, କର୍ଣ୍ଣାଟକ, ଲାକ୍ଷାଦ୍ୱୀପରେ ଆଗାମି ୫ ଦିନ ଭିତରେ ବିଜୁଳି ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। କର୍ଣ୍ଣାଟକରେ ବୁଧବାରରୁ ଶନିବାର ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ସୂଚନାଥାଉକି ଏବେ ଉତ୍ତର ଭାତରେ ଭୀଷଣ ଗରମ ଅନୁଭୂତ ହେଉଛି। ଗରମରୁ ମୁକ୍ତି ପାଇବା ପାଇଁ ଲୋକାମାନେ ବର୍ଷାକୁ ଅପେକ୍ଷା କରିଛନ୍ତି।

Related Posts