ଏପ୍ରିଲରୁ ଆରମ୍ଭ ହେବ ନୂତନ ଶିକ୍ଷାବର୍ଷ; ବୋର୍ଡ ୱେବସାଇଟରେ ଜାରି ହେଲା ସମସ୍ତ ତଥ୍ୟ

ଭୁବନେଶ୍ଵର,୨୫/୨(ସତ୍ୟପାଠ ବ୍ୟୁରୋ): ଚଳିତ ବର୍ଷ ସରକାରୀ ହାଇସ୍କୁଲ ପାଠ୍ୟକ୍ରମରେ ଏପ୍ରିଲ ମାସରୁ ଆରମ୍ଭ ହେବ ନୂତନ ଶିକ୍ଷାବର୍ଷ । ନୂଆା ଶିକ୍ଷାବର୍ଷ ଏପ୍ରିଲର ଆାରମ୍ଭ ହୋଇ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ଚାଲିବ । ଏ ନେଇ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହିତ ନୂତନ ଶିକ୍ଷାବର୍ଷର ଖସଡା ସମ୍ପର୍କରେ ସମସ୍ତ ସୂଚନା ଏକ ବିଜ୍ଞପ୍ତି ଜରିଆରେ ଦେଇଛନ୍ତି ବୋର୍ଡ । ବୋର୍ଡ ପକ୍ଷରୁ କୁହାଯାଇଛି ଯେ, ୨୦୨୨-୨୩ ଶିକ୍ଷାବର୍ଷରେ ଯେଉଁ ପାଠ୍ୟକ୍ରମ ପ୍ରଚଳିତ ହୋଇଥିଲା ନୂତନ ଶିକ୍ଷାବର୍ଷ ୨୦୨୩-୨୪ରେ ମଧ୍ୟ ସେହି ପାଠ୍ୟକ୍ରମ ପ୍ରଚଳିତ ହେବ । ନୂତନ ଶିକ୍ଷାବର୍ଷରେ ମୂଲ୍ୟାୟନ ଶୈଳୀ ମଧ୍ୟ ପୂର୍ବପରି ରହିବ । ଏଥିରେ କୌଣସି ପରିବର୍ତ୍ତନ ହେବ ନାହିଁ ।

ତେବେ ପୂର୍ବରୁ ଦଶମ ଶ୍ରେଣୀ ଭୌତିକ ବିଜ୍ଞାନ ବହିରେ ଷ୍ଟାର ମାର୍କ ଚିହ୍ନିତ ବିଷୟ ପଢା ଯାଉ ନ ଥିବା ସହ ପରୀକ୍ଷାରେ ପଢୁ ନ ଥିବାବେଳେ ନୂଆ ଶିକ୍ଷାବର୍ଷ ୨୦୨୩-୨୪ରେ ସେହି ଷ୍ଟାର ଚିହ୍ନିତ ବିଷୟ ପଢାଯିବ । ଏହାସହିତ ପରୀକ୍ଷାରେ ଏହି ବିଷୟରୁ ପ୍ରଶ୍ନ ମଧ୍ୟ ଆସିବ ବୋଲି ସ୍ପଷ୍ଟ କରିଛି ବୋର୍ଡ । ସେହିଭଳି ନବମ ଶ୍ରେଣୀରେ ନୂଆ କରି ଆରମ୍ଭ ହୋଇଥିବା ଆସ୍ପିରେସ୍‌ନାଲ୍‌ କମ୍ପୋନେଟ୍‌ସ ନୂଆ ଶିକ୍ଷାବର୍ଷରେ ଉଭୟ ମାଟ୍ରିକ୍, ମଧ୍ୟମାରେ ପ୍ରଚଳିତ ହେବ। ଏଥିସହିତ ଚଳିତବର୍ଷ ଯେଉଁଭଳି ପ୍ରଶ୍ନପତ୍ର ଏବଂ ପରୀକ୍ଷା ଶୈଳୀ ରହିଛି, ନୂଆ ଶିକ୍ଷା ବର୍ଷରେ ମଧ୍ୟ ଠିକ ସେମିତି ରହିବ । ଏଥିରେ କୌଣସି ପରିବର୍ତ୍ତନ ହେବ ନାହିଁ । ନୂତନ ଶିକ୍ଷା ବର୍ଷର ସବିଶେଷ ବିବରଣୀ ବୋର୍ଡ ୱେବସାଇଟରେ ଉପଲବ୍ଧ ହୋଇଛି । ଛାତ୍ରଛାତ୍ରୀ ବୋର୍ଡ ୱେବସାଇଟ www.bseodisha.ac.in କୁ ଯାଇ ଏ ସଂକ୍ରାନ୍ତ ବିବରଣୀ ପାଇପାରିବେ ବୋଲି ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।

Related Posts