ରାଜ୍ୟରେ ତଳ ମୁହାଁ ଦୈନିକ ସଂକ୍ରମିତଙ୍କ ସଂଖ୍ୟା; ଗତ ୨୪ ଘଣ୍ଟାରେ ୧୨୮ ନୂଆ କରୋନା ପଜିଟିଭ ଚିହ୍ନଟ

ରାଜ୍ୟରେ ଏବେ ଦିନକୁ ଦିନ ଖସୁଛି କରୋନା ର ଦୈନିକ ସଂକ୍ରମିତଙ୍କ ସଂଖ୍ୟା | ତଳ ମୁହାଁ ହୋଇଛି କରୋନାର ଦୈନିକ ସଂକ୍ରମଣ | ଗତ ୨୪ ଘଣ୍ଟାରେ ରାଜ୍ୟରୁ ୧୨୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ, ନୂଆ ସଂକ୍ରମିତଙ୍କ ମଧ୍ୟରୁ ୨୨ କିଶୋର କିଶୋରୀ ରହିଥିବା ବେଳେ ୭୩ କ୍ବାରେଣ୍ଟାଇନ ସେଣ୍ଟର ଓ ୫୫ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୧୩ଟି ମାମଲା ରହିଥିବା ବେଳେ ଅନୁଗୋଳରୁ ୪, ବାଲେଶ୍ବରରୁ ୮, କଟକରୁ ୪, ଗଜପତିରୁ ୧୯, ଯାଜପୁରରୁ ୨, ଝାରସୁଗୁଡାରୁ ୨୨, କଳାହାଣ୍ଡିରୁ ୨, କନ୍ଧମାଳରୁ ୧, କେନ୍ଦ୍ରାପଡାରୁ ୮, କୋରାପୁଟରୁ ୭,ମାଲକାନଗିରିରୁ୧, ମୟୂରଭଞ୍ଜରୁ ୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସେହିପରି ନବରଙ୍ଗପୁରରୁ ୫, ନୟାଗଡରୁ ୧, ନୂଆପଡାରୁ ୩,ପୁରୀରୁ ୧, ସମ୍ବଲପୁରରୁ ୭, ସୁନ୍ଦରଗଡରୁ ୧୧, ଷ୍ଟେଟପୁଲରୁ ୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୫,୬୧୫ ରେ ପହଞ୍ଚିଛି ।

ଅନ୍ୟପଟେ ଦେଶରୁ ଆଜି ଗତ ୨୪ ଘଣ୍ଟା ମଧ୍ୟରେ 6,396 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି | ହେଲେ ପୂର୍ବଦିନ ଅପେକ୍ଷା ଆଜି(ଶୁକ୍ରବାର) କରୋନା ଜନିତ ମୃତ୍ୟୁସଂଖ୍ୟା ଅଧିକ ରହିଛି । ଦେଶରେ ଦିନକରେ 201 ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ 13,450 ଜଣ ସୁସ୍ଥ ହୋଇଛନ୍ତି ।

Related Posts