ବିଧାନସଭାରେ ପାରିତ ହେଲା ଓଡ଼ିଶା ଭୂସଂସ୍କାର ଦ୍ଵିତୀୟ ସଂଶୋଧନ ବିଲ୍

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବିଧାନସଭାର ଶୀତକାଳୀନ ଅଧିବେଶନର ତୃତୀୟ ଦିନରେ ଗୁରୁବାର ଓଡ଼ିଶା ଭୂସଂସ୍କାର ଦ୍ଵିତୀୟ ସଂଶୋଧନ ବିଲ୍ ୨୦୨୩ ପାରିତ ହୋଇଛି। ଏହି ବିଲ୍ ଆସିବା ଫଳରେ ଏଣିକି ସିକିମ ସତ୍ତା ଥିବା ଉପଚାଷୀ ଏବଂ ଉପରୟତମାନେ ଜମିର ମାଲିକାନା ପାଇପାରିବେ। ୧୯୭୭ ପର୍ଯ୍ୟନ୍ତ କେବଳ ଚାଷ ଜମି ମାଲିକାନା ପାଇଁ ପାରୁଥିଲେ। କିନ୍ତୁ ଏଣିକି ଉଭୟ ଚାଷଜମି ଏବଂ ବାସଗୃହ ଜମିର ମାଲିକାନା ପାଇପାରିବେ। ଜମିର ମାଲିକାନା ପାଇବା ପାଇଁ ୨ ବର୍ଷ ଭିତରେ ରାଜସ୍ବ ଅଧିକାରୀଙ୍କ ନିକଟରେ ଆବେଦନ କରି ମାଲିକାନା ସତ୍ତା ନେଇ ପାରିବେ। ମାଲିକାନା ପାଇବା ପାଇଁ ଆବେଦନକାରୀଙ୍କୁ ଏକର ପିଛା ୧୪,୨୦୦ ଟଙ୍କା କ୍ଷତିପୂରଣ ଦେବାକୁ ପଡ଼ିବ।

ତେବେ ଭୂସଂସ୍କାର ବିଲ୍‌ ଆଲୋଚନା ପରେ ବିଭାଗୀୟ ମନ୍ତ୍ରୀ ସନ୍ତୋଷ ଜନକ ଉତ୍ତର ଦେଇ ନ ପାରିବାରୁ କଂଗ୍ରେସ ବିଧାୟକମାନେ କକ୍ଷତ୍ୟାଗ କରିଥିଲେ। ଫଳରେ ବାଚସ୍ପତି ଗୃହକୁ ଆସନ୍ତାକାଲି (ଶୁକ୍ରବାର) ସାଢେ଼ ୧୦ଟା ଯାଏଁ ଗୃହ ମୁଲତବି ରଖିଛନ୍ତି।

Related Posts