ବୌଦ୍ଧ : ବୌଦ୍ଧ ଅନ୍ତର୍ଗତ ମହାନଦୀରୁ ଉଦ୍ଧାର ହେଲା ଜଣେ ଅଜଣା ମହିଳାଙ୍କ ମୃତଦେହ । ମୃତଦେହ ଭାସୁଥିବା ବେଳେ, ପୋଲିସ ଉଦ୍ଧାର କରିଛି । ସହର ଇରୀକେସନ୍ କଲୋନୀ ଘାଟରେ ଏହି ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି ।
ସ୍ଥାନୀୟ ଲୋକେ ଗାଧେଇବା ବେଳେ ମହିଳାଙ୍କ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ । ବୌଦ୍ଧ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ଅନ୍ୟପଟେ ମହିଳାଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ ।





