ବଢ଼ିଲା ପାହାଳ ମିଠା ଦର, ଆଜିଠୁ ବର୍ଦ୍ଧିତ ଦରରେ ମିଠା କିଣିଲେ ଗ୍ରାହକ

ଭୁବନେଶ୍ୱର,୨୩/୫(ସତ୍ୟପାଠ ବ୍ୟୁରୋ): ମହଙ୍ଗା ହେଲା ପାହାଳ ମିଠା। ତିନି ଦିନ ପରେ ଖୋଲିଛି ପାହାଳ ରସଗୋଲା ଦୋକାନ। ଏହାସହିତ ନୂଆ ଦରରେ ଆଜିଠୁ ମିଠା କିଣିଛନ୍ତି ଗ୍ରାହକ। କ୍ଷୀର ଓ ଚେନ ଦର୍ ବଢିଥିବାରୁ ରସଗୋଲା, ଛେନା ପୋଡ଼ ଓ ଛେନା ଗଜାର ଦର ବଢ଼ା ଯାଇଥିବା ପାହାଳ ମିଠା ଦୋକାନ ସଂଘ୍ ପକ୍ଷରୁ କୁହାଯାଇଛି ।

ଏଣିକି ବର୍ଦ୍ଧିତ ଦରରେ ଗ୍ରାହକ କିଣିବେ ମିଠା । ମଙ୍ଗଳବାର ଠାରୁ ଏହା ଲାଗୁ ହୋଇଛି । ନୂଆ ଦରରେ ଆରମ୍ଭ ହୋଇଛି ମିଠା ବିକ୍ରି। ୫ ଟଙ୍କା ରସୋଗୋଲା ୬ ଟଙ୍କା ରେ ବିକ୍ରି ହେଉଥିବା ବେଳେ, ୧୦ ଟଙ୍କା ରସଗୋଲା ୧୨ ଟଙ୍କା ଓ ୨୦ ଟଙ୍କା ରସଗୋଲା ୨୫ ଟଙ୍କା ରେ ବିକ୍ରି ହେଉଛି । ସେହିପରି ଛେନା ପୋଡ଼ ଦର ମଧ୍ୟ ବଢ଼ିଛି। ପୂର୍ବରୁ ୨୫୦ ଟଙ୍କା ପ୍ରତି କେଜି ବିକ୍ରି ହେଉଥିବା ବେଳେ ଏବେ ଛେନା ପୋଡ଼ା ୨୮୦ ଟଙ୍କା ହୋଇଛି। ଛେନା ଗଜା ମଧ୍ୟ ୨୨୦ ଟଙ୍କାରେ ପହଞ୍ଚିଛି। ଛେନାର ଦର କେଜି ପିଛା ୨୦ ଟଙ୍କା ଅଧିକ ବଢ଼ିଥିବା ପାହାଳ ମିଠା ଦୋକାନୀ ସଂଘ୍ ଓ ଦୋକାନୀ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ପ୍ରଥମେ କ୍ଷୀର ଆଉ ଛେନାର ଦର ବୃଦ୍ଧି ପରେ ମହଙ୍ଗା ହୋଇଛି ପାହାଳ ରସଗୋଲା। କ୍ଷୀର ଲିଟର ୪ଟଙ୍କା ଏବଂ ଛେନା କେଜିରେ ୨୦ ଟଙ୍କା ବୃଦ୍ଧି ପରେ ମିଠା ଦର ବୃଦ୍ଧି ଦାବିରେ ପାହାଳ ମିଠା ବ୍ୟବସାୟୀଙ୍କ ସମୁହ ଆନ୍ଦୋଳନ ଡ଼ାକରା ଦେଇଥିଲେ।
ଗତ ୩ ଦିନ ହେବ ମିଠା ଦର ବୃଦ୍ଧି କରିବା ଦାବି ରେ ପାହାଳ ମିଠା ଦୋକାନ ବନ୍ଦ ରହିଥିଲା । ତେବେ ଆଜି ବର୍ଦ୍ଧିତ ଦର ସହ ଦୋକାନ ଖୋଲିଛି। ସେପଟେ ଦୋକାନ ଖୋଲିବା ପରେ ଗ୍ରାହକଙ୍କ ମଧ୍ୟରେ ମିଠା କିଣିବା ପାଇଁ ଭିଡ଼ ଦେଖିବାକୁ ମିଳିଛି । ପାହାଳ ରସଗୋଲାର ଚାହିଦା ବେଶ୍ ଅଧିକ ଥିବାରୁ ଅଧିକ ଦାମ ଥିଲେ ମଧ୍ୟ ଗ୍ରାହକ ମିଠା କିଣିବାରେ ସଙ୍କୋଚ କରିନାହାନ୍ତି । ସବୁ ଦାମ ବଢୁଥିବାରୁ ମିଠା ଦର ବୃଦ୍ଧି ହେବା ମଧ୍ୟ ସ୍ବଭାବିକ ବୋଲି ଗ୍ରାହକ କହିଛନ୍ତି ।

ତେବେ ଗତ ଏପ୍ରିଲରୁ କ୍ଷୀର ଦର ବୃଦ୍ଧି ହୋଇଥିବା ବେଳେ ଛେନା ସଙ୍ଘ୍ ମଧ୍ୟ ନିଜ ଦାମ ବଢାଇଛନ୍ତି । ତେବେ ଗତ ୨ ମାସ ମିଠା ଦୋକାନୀ ବର୍ଦ୍ଧିତ ଦାମ ରେ ଛେନା କିଣୁଥିବାରୁ କ୍ଷତି ସହୁଥିବା ସଂଘ କହିଛି।

Related Posts