ଭୁବନେଶ୍ୱର,୧୬/୩ (ସତ୍ୟପାଠ ବ୍ୟୁରୋ): ଆଉ କିଛି ସମୟ ମଧ୍ୟ ଘୋଷଣା ନେବ ନିର୍ବାଚନ ତାରିଖ | ଏହା ପୂର୍ବରୁ ଶେଷ ହୋଇଛି ରାଜ୍ୟ ସରକାରଙ୍କ ପଞ୍ଚମ ପାଳିର ଶେଷ କ୍ୟାବିନେଟ ବୈଠକ । ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ବୈଠକରେ ୧୪ଟି ପ୍ରସ୍ତାବକୁ ମିଳିଲା ଅନୁମୋଦନ । ୭ଟି ବିଭାଗର ୧୪ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ତେବେ ଏହି କ୍ୟାବିନେଟ ବୈଠକରେ ବଡ ବଡ ଘୋଷଣା କରିଛନ୍ତି ରାଜ୍ୟ ସରକାର ।
ମହାନଦୀରେ ତିଆରି ହେବ ଆଉ ଏକ ଉଚ୍ଚ ସେତୁ ନିର୍ମାଣ ପାଇଁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ସେହିପରି ସାଲେପୁର ବ୍ଲକ ବ୍ରାହ୍ମଣଖଣ୍ଡି-ସାହୁଖେତ ରାସ୍ତାରେ ହେବ ସେତୁ ନିର୍ମାଣ । ସେତୁ ନିର୍ମାଣରେ ୧୨୮ କୋଟି ଟଙ୍କା ଖର୍ଚ୍ଚ ହେବ ଆଉ ଏହା ୩ ବର୍ଷରେ ଶେଷ ହେବ । ସେତୁ ନିର୍ମାଣ ଦ୍ୱାରା କଟକ-ଚାନ୍ଦବାଲି ଓ କଟକ-ପାରାଦୀପ ରାସ୍ତାରେ ସହଜ ହେବ ଯାତାୟାତ ।
ଏହାସହ କଟକ ଚାଉଳିଆଗଞ୍ଜରେ ହେବ ଡିଏଭି ଏସସିବି ମେଡିକାଲ ପବ୍ଲିକ ସ୍କୁଲ । ଜଳସେଚିତ ଅଞ୍ଚଳରେ ପୁରୁଣା କରନାଳୀର ହେବ ପୁନଃ ନିର୍ମାଣ ୍ୟ ଜଳସେଚିତ ଅଞ୍ଚଳରେ ପୁରୁଣା କରନାଳୀ କାମର ଅବଧି ମଧ୍ୟ ବଢିଲା ।





