ଆଜି ଠାରୁ ଆରମ୍ଭ ହେଲା ରାଜ୍ୟ କଂଗ୍ରେସର ଚିନ୍ତନ ଶିବିର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଜି ଠାରୁ ଆରମ୍ଭ ହେଲା ରାଜ୍ୟ କଂଗ୍ରେସର ଚିନ୍ତନ ଶିବିର । ଦୁଇ ଦିନ ଧରି ଚାଲିବ ରାଜ୍ୟ କଂଗ୍ରେସର ଚିନ୍ତନ ଶିବିର ବୈଠକ । ଶରତ ପଟ୍ଟନାୟକ ପିସିସି ସଭାପତି ହେବା ପରେ ଏହା ପ୍ରଥମ ଚିନ୍ତନ ଶିବିର ବୈଠକ। ଖବର ଅନୁଯାୟୀ, ଭୁବନେଶ୍ୱର ସ୍ଥିତ ଇନଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟରସରେ ଚାଲିଛି ବୈଠକ। ବ୍ଲକ ସଭାପତି, ଜିଲ୍ଲା ସଭାପତି, ସାଂସଦ, ବିଧାୟକ, ପୁର୍ବତନ ବିଧାୟକ, ପୂର୍ବତନ ପିସିସି ସଭାପତି , ବରିଷ୍ଠ ନେତା ବୈଠକରେ ଯୋଗ ଦେବେ।

ପ୍ରଥମ ଦିନ ଜିଲ୍ଲା ସଭାପତି ଯୋଗଦେବେ, ଦ୍ୱିତୀୟ ଦିନ ବ୍ଲକ ସଭାପତି ମାନେ ଯୋଗ ଦେବେ। କଂଗ୍ରେସକୁ ତୃଣମୁଳ ସ୍ତରରୁ କିଭଳି ଭାବେ ସଶକ୍ତ କରାଯିବ ସେ ନେଇ ଆଲୋଚନା ହେବ। ଏହି ଚିନ୍ତନ ଶିବିରରେ ପ୍ରଭାରୀ ଡ଼ ଚେଲ୍ଲା କୁମାର , ସହ ପ୍ରଭାରୀ ରୁଦ୍ର ରାଜୁ ଯୋଗଦେବେ। କଂଗ୍ରେସରୁ ଦୁରେଇ ଯାଇଥିବା ନେତାମାନଙ୍କୁ ସାଥିରେ ନେଇ କିଭଳି ଆଗକୁ ବଢିବ କଂଗ୍ରେସ । ତାହା ଏବେ ଶରତଙ୍କ ପାଇଁ ବଡ଼ ଆହ୍ୱାନ। ଦଳ କିଭଳି ପୁନଃ ସଙ୍ଗଠିତ ହେବ। ଦଳୀୟ ନେତାଙ୍କୁ ଏକଜୁଟ କରି ଆଗକୁ ବଢିବା ନେଇ ବୈଠକରେ ରଣକୌଶଳ ପ୍ରସ୍ତୁତ ହେବ।

Related Posts