ଯୁକ୍ତ ପରୀକ୍ଷା ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଯୁକ୍ତ ପରୀକ୍ଷା ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ । ରାଜଧାନୀର ମାଷ୍ଟରକ୍ୟାଣ୍ଟିନ ଛକରେ ବିକ୍ଷୋଭ କରିଛନ୍ତି ରାଜ୍ୟର ବିଭିନ୍ନ କଲେଜର ଯୁକ୍ତ ଦୁଇ ଶେଷ ବର୍ଷ ଛାତ୍ର ଛାତ୍ରୀ। ପରୀକ୍ଷା ନ କଲେ ଏହା ଭବିଷ୍ୟତ ଉପରେ ପ୍ରଭାବ ପକାଇବ। ଏଣୁ ଗାଇଡଲାଇନ୍ ଭିତରେ ପରୀକ୍ଷା କରିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ । କିଛି ଛାତ୍ରଛାତ୍ରୀ ପରୀକ୍ଷା ବନ୍ଦ ନେଇ ମଧ୍ୟ ଦାବି କରିଆସୁଥିଲେ । କଲେଜରେ ସଠିକ ସମୟରେ ବିଷୟବସ୍ତୁ ଶେଷ ହୋଇନଥିବା ଅଭିଯୋଗ କରିଥିଲେ ।

ତେଣୁ ପରୀକ୍ଷା ପଦ୍ଧତିକୁ ପୂର୍ବ ବର୍ଷ କରିବାକୁ ନେଇ ଦାବି କରିଥିଲେ କିଛି ଛାତ୍ରଛାତ୍ରୀ । କିନ୍ତୁ ଆଜି ତାହାର ବିପରୀତ ପରିସ୍ଥିତି ଦେଖିବାକୁ ମିଳିଥିଲା । ପରୀକ୍ଷା କରିବା ଦାବିରେ ଆନ୍ଦୋଳନ କରିଥିଲେ ଛାତ୍ରଛାତ୍ରୀ । ସିଲାବସ ଅନୁଯାଇ ପରୀକ୍ଷା ପାଇଁ ପାଠପଢା ଶେଷ ହୋଇଛି। ବୋର୍ଡ଼ ପରୀକ୍ଷା ପାଇଁ ସେମାନେ ପ୍ରସ୍ତୁତ ଥିବା କହିଛନ୍ତି ।

Related Posts