ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ମିଳିଲା ନାକ୍‌ A++ ମାନ୍ୟତା

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ରାଜ୍ୟର ପ୍ରଥମ ଶିକ୍ଷାନୁଷ୍ଠାନ ଭାବେ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ A++ ମାନ୍ୟତା ମିଳିଛି । NAAC(National Assessment and Accreditation Council) ରାଙ୍କ୍‌ରେ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ଏହି ମାନ୍ୟତା ମିଳିଛି ।

ସୂଚନାଯୋଗ୍ୟ ଯେ, କିଛି ଦିନ ପୂର୍ବେ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିଥିଲା ନାକ୍ ଟିମ୍ । ନାକ୍‌ର ଏକ କମିଟି ଗତ ୨୦ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅନୁଧ୍ୟାନ କରିଥିଲେ । ଏବେ ବିଶ୍ୱବିଦ୍ୟାଳୟକୁ A++ ମାନ୍ୟତା ମିଳିଥିବାବେଳେ ଛାତ୍ରଛାତ୍ରୀ ଓ ବିଶ୍ୱବିଦ୍ୟାଳୟ କତ୍ତୃପକ୍ଷଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି |

Related Posts