ଭୁବନେଶ୍ଵର (ସତ୍ୟପାଠ ବ୍ୟୁରୋ): ଅପରାହ୍ନରେ ଖୋଲିବ ହୀରାକୁଦ ଡ୍ୟାମ୍ ଗେଟ୍। ହୀରାକୁଦ ଜଳସ୍ତର ବଢୁଥିବାରୁ ଅଧିକ ଗେଟ୍ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ସାମ୍ବାଦିକ ସମ୍ମିଳନୀରେ ଆଜି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ପକ୍ଷରୁ ସୂଚନା ମିଳିଛି।
କାଲି ଛତିଶଗଡ ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦରେ ଜଳସ୍ତର ବୃଦ୍ଧି ପାଇଛି। ବର୍ତ୍ତମାନ ହୀରାକୁଦର ୨ଟି ଗେଟ୍ ଖୋଲାଅଛି। ହୀରାକୁଦକୁ ପ୍ରତି ସେକେଣ୍ଡରେ ୪ ଲକ୍ଷ ୭୭ ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି। ସେହିପରି ହୀରାକୁଦରୁ ୬୯ ହଜାର କ୍ୟୁସେକ ଜଳ ନିଷ୍କାସନ ହେଉଛି।
ଖବର ଅନୁଯାୟୀ, ଛତିଶଗଡର ସମୋଦା ବ୍ୟାରେଜର ୮ଟି ଗେଟ୍ ଖୋଲିଛି। ୮ ଟି ଗେଟଦେଇ ସମୋଦାରୁ ବନ୍ୟାଜଳ ନିଷ୍କାସନ ଜାରି ରହିଛି ଯାହା ଫଳରେ ହୀରାକୁଦରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି ।





