ଭୁବନେଶ୍ୱର,୩/୬(ସତ୍ୟପାଠ ବ୍ୟୁରୋ): ବାଲେଶ୍ବର ବାହାନଗାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ଘଟଣା । ସମବେଦନା ଜଣାଇଲେ ନେପାଳ, ଆମେରିକା, କାନାଡା ଓ ଇଟାଲି। ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହଲ ଓ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ମୃତାହତ ଯାତ୍ରୀଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତ ଯାତ୍ରୀଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି ।ଗତକାଲି ଏହି ଘଟଣାରେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ଶୋକବ୍ୟକ୍ତ କରିଥିଲେ ।
ନେପାଳ ପ୍ରଧାନମନ୍ତ୍ରୀ ଟ୍ବିଟ କରି କହିଛନ୍ତି, ”ଓଡିଶାରେ ହୋଇଥିବା ଟ୍ରେନ ଦୁର୍ଘଟଣାରେ ଅନେକଙ୍କ ଜୀବନ ଯାଇଛି, ଏହି ଖବର ଶୁଣି ମୁଁ ଦୁଃଖିତ। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପପରିବାରକୁ ମୁଁ ସମବେଦନା ଜଣାଉଛି।”
କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ଟ୍ବିଟ କରି କହିଛନ୍ତି, ‘ଟ୍ରେନ ଦୁର୍ଘଟଣା ମୋ ହୃଦୟକୁ ଭାଙ୍ଗି ଦେଇଛି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ମୁଁ ସମବେଦନା ଜଣାଉଛି । ଏହି ଦୁଃଖଦ ପରିସ୍ଥିତିରେ କାନାଡ଼ାବାସୀ ଭାରତୀୟଙ୍କ ସହ ଅଛନ୍ତି ।’
ସେହିପରି ଆମେରିକା ରାଷ୍ଟ୍ରଦୂତ ଏରିକ ଗାରସେଟି ବାଲେଶ୍ବର ଟ୍ରେନ ଦୁର୍ଘଟଣା ଘଟଣାରେ ଶୋକ ପ୍ରକାଶ କରିଛନ୍ତି । ବାଲେଶ୍ବରରେ ଘଟିଥିବା ଟ୍ରେନ ଦୁର୍ଘଟଣା ଖବର ଶୁଣି ମୁଁ ଦୁଃଖିତ । ଏହି ଦୁର୍ଘଟଣାରେ ଯେଉଁ ମାନେ ମୃତ୍ୟୁ ବରଣ କରିଛନ୍ତି ସେମାନଙ୍କ ପରିବାରକୁ ମୁଁ ସମବେନା ଜଣାଉଛି । ସେହିପରି ଇଟାଲି ରାଷ୍ଟ୍ରଦୂତ ଆଣ୍ଟୋନିଆ ତାଜାନି ମଧ୍ୟ ବାଲେଶ୍ବର ଟ୍ରେନ ଦୁର୍ଘଟଣାରେ ଶୋକ ବ୍ୟକ୍ତ କରିଛନ୍ତି ।





