ରାଉରକେଲା ସେକ୍ଟର-୧୯ରେ ଥିବା ଉପ-ଡାକଘରୁ ଚୋରି

ରାଉରକେଲା : ପୋଷ୍ଟ ଅଫିସରେ କଳାକନା ବୁଲାଇଲେ ଚୋରି । ରାଉରକେଲା ସେକ୍ଟର-୧୯ରେ ଥିବା ଉପ-ଡାକଘରୁ ଚୋରି ହୋଇ ଥିବା ନେଇ ଅଭିଯୋଗ ହୋଇଛି । ପୋଲିସ ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ପୋଷ୍ଟ ଅଫିସରେ ତାଲା ଭାଙ୍ଗି ପଶିଥିଲେ ଚୋର । ପାଖାପାଖି ୫୦ ହଜାର ଟଙ୍କା ଚୋରି ହୋଇଛି । ସେହିପରି ଲକର ଭାଙ୍ଗିବାରେ ବିଫଳ ହୋଇଛନ୍ତି ଚୋର । ଯାହାଫଳରେ କି ବଡ଼ଧରଣର ଚୋରିରୁ ରକ୍ଷା ମିଳିଛି । ଲକରରେ ପ୍ରାୟ ୧୦ ଲକ୍ଷ ଟଙ୍କା ରହିଥିଲା ବୋଲି ସୂଚନା ରହିଛି । ସେପଟେ ଲୁଟ୍‌ ସଂପର୍କରେ ଖବର ପାଇ ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି

Related Posts