ଦେଶରେ ଏବେ ଲୋକତନ୍ତ୍ର ନାହିଁ, କେନ୍ଦ୍ର ସରକାର ଏକଛତ୍ରବାଦ ଶାସନ ଚଳାଇଛି: ରାହୁଲ ଗାନ୍ଧୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବେରୋଜଗାରୀ ଓ ଦରବୃଦ୍ଧିକୁ ନେଇ ଆଜି ଦେଶବ୍ୟାପୀ ଆନ୍ଦୋଳନ କରୁଛି କଂଗ୍ରେସ । ଆଉ ଏହି ପରିପ୍ରେକ୍ଷୀରେ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । କେନ୍ଦ୍ର ସରକାର ଏବେ ଏକଛତ୍ରବାଦୀ ଶାସନ ଚଳାଇଛନ୍ତି । ଦେଶରେ ଏବେ ଲୋକତନ୍ତ୍ର ନାହିଁ, ଲୋକତନ୍ତ୍ର କିଛି ଦିନ ମଧ୍ୟରେ ଇତିହାସ ପାଲଟିଯିବ । ସଂସଦରେ ଏନେଇ ଆଲୋଚନା କରିବାକୁ ଦିଆଯାଉ ନାହିଁ ବରଂ ସ୍ୱର ଉଠାଇଲେ ଗିରଫ କରାଯାଉଛି ବୋଲି କହିଛନ୍ତି ରାହୁଲ ଗାନ୍ଧୀ।

ବିରୋଧୀ ଦଳ ସରକାରଙ୍କୁ ପ୍ରଶ୍ନ ପଚାରୁଥିଲେ ମଧ୍ୟ ଏହାର ପ୍ରଭାବ ଯେପରି ସରକାରଙ୍କ ଉପରେ ଦେଖିବାକୁ ମିଳୁନାହିଁ । କାରଣ ଦେଶର ସମସ୍ତ ସଂସ୍ଥା ଉପରେ ସରକାର କବଜା କରି ସାରିଲେଣି । ପ୍ରତି ସଂସ୍ଥାରେ ଆରଏସଏସର ବ୍ୟକ୍ତିଙ୍କୁ ବସାଯାଉଛି । ଯେଉଁମାନଙ୍କ ନିର୍ଦ୍ଦେଶରେ ସରକାରଙ୍କ ବିରୋଧରେ ମୁହଁ ଖୋଲୁଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଆମେ ସରକାରରେ ଥିବା ସମୟରେ ସଂସ୍ଥାକୁ ସ୍ୱତନ୍ତ୍ର ଛଡାଯାଇଥିଲା। ସେତେବେଳେ କେବଳ ରାଜନୈତିକ ଦଳ ମଧ୍ୟରେ ଲଢେଇ ହେଉଥିଲା । କିନ୍ତୁ ଏବେ ସରକାରଙ୍କ ବିରୋଧରେ ମୁହଁ ଖୋଲିଲେ କେନ୍ଦ୍ରୀୟ ଏଜେନ୍ସିକୁ ପଛରେ ଲଗାଇ ଦିଆଯାଉଛି । ଯାହା ବିରୋଧରେ କଂଗ୍ରେସ ଲଢେଇ ଆରମ୍ଭ କରିଛି ।ବେରୋଜଗାରୀ ଓ ଦରଦାମ ବୃଦ୍ଧିକୁ ସରକାର ମୁହଁ ଖୋଲୁନାହାନ୍ତି । କୋଭିଡ ମୃତ୍ୟୁକୁ ନେଇ ମିଛ କହୁଛନ୍ତି । ଆଉ ଏହି ସତ ଲୋକଙ୍କ ସାମ୍ନାକୁ ଆଣିଲେ ବିରୋଧୀଙ୍କୁ ସରକାରଙ୍କ ରୋଷର ଶିକାର ହେବାକୁ ପଡୁଛି । କିନ୍ତୁ ମୁଁ ଲୋକତନ୍ତ୍ର ପାଇଁ କାମ କରିବି, ବାରମ୍ବାର ବେରୋଜଗାରୀ ଓ ଦରବୃଦ୍ଧି ପ୍ରସଙ୍ଗ ଉଠାଇବି । ଯିଏ ଡରେ ସେ ଅନ୍ୟକୁ ଅଧିକ ଧମକାଏ । ଆଉ କେନ୍ଦ୍ର ସରକାର ଏବେ ଡରିକି ଅଛନ୍ତି । କାରଣ ସେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହାକୁ ପୂରା କରିବାରେ ବିଫଳ ହୋଇଛନ୍ତି ବୋଲି ରାହୁଲ କହିଛନ୍ତି।

ଗାନ୍ଧୀ ପରିବାର ଉପରେ କେନ୍ଦ୍ର ସରକାରଙ୍କ ନିଶାନାକୁ ନେଇ ସେ କହିଛନ୍ତି ଏହା କେବଳ ଗାନ୍ଧୀ ପରିବାର ଉପରେ ଆକ୍ରମଣ ନୁହେଁ ବରଂ ଏକ ବିଚାରଧାରା ଉପରେ ଆକ୍ରମଣ । ଯେଉଁ ବିଚାରଧାରରେ କୋଟି କୋଟି ଲୋକ ବିଶ୍ୱାସ କରନ୍ତି । ଯେଉଁ ବିଚାରଧାରାକୁ ବଜାୟ ରଖିବାକୁ ମୋର ପରିବାର ଜୀବନ ଦେଇଛନ୍ତି । ଯେତେବେଳେ ଦେଶରେ ହିଂସାରେ ମାହୋଲ ଦେଖାଦେଉଛି, ହିନ୍ଦୁ-ମୁସଲିମଙ୍କ ମଧ୍ୟରେ ଲଢେଇ କରାଯାଉଛି ତାହା ଆମକୁ ବହୁତ କଷ୍ଠ ଦେଉଛି ବୋଲି ରାହୁଲ କହିଛନ୍ତି ।

Related Posts