ଶ୍ରୀମନ୍ଦିର ନୀତି ସବ୍‌ କମିଟି ବୈଠକରେ ବାହାରିଲାନି ବନକଲାଗି ନୀତି ନେଇ କୌଣସି ନିଷ୍କର୍ଷ

ଭୁବନେଶ୍ଵର(ସତ୍ୟପାଠ ବ୍ୟୁରୋ): ତୁଟିଲାନି ବନକଲାଗି ନୀତି ବିବାଦ। ବୁଧବାର ଓ ଗୁରୁବାର କୁ ନେଇ ନିଜ ନିଜ ଜିଦ୍‌ରେ ଅଟଳ ରହିଲେ ଶ୍ରୀମନ୍ଦିର ପ୍ରଶାସକ ଓ ସେବାୟତ। ନୀତି ସବ୍‌ କମିଟି ବୈଠକରେ ବାହାରିଲାନି କିଛି ନିଷ୍କର୍ସ। ଆସନ୍ତା ବୁଧବାର ନା ଗୁରୁବାର କେବେ ହେବ ବନକଲାଗି ନୀତି ତାହାର ନିଷ୍ପତ୍ତି ହୋଇପାରିଲାନି।

ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ଯେ, ଆସନ୍ତା ୧ ତାରିଖରେ ପରିଚାଳନା କମିଟି ବୈଠକ ବସିବ।ପରିଚାଳନା କମିଟି ବୈଠକରେ ବନକଲାଗି ନିଷ୍ପତ୍ତି ହେବ ବୋଲି ସେ କହିଛନ୍ତି। ଏହାସହିତ ପ୍ରଶାସନକୁ ସହଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏବେ ବି ସମୟ ଅଛି, ସହଯୋଗ କରିବାକୁ ଅନୁରୋଧ କରୁଛୁ। ତେବେ ବିକଳ୍ପ ର ବାଟ ଖୋଲାଅଛି ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି ।

ସୂଚନା ମୁତାବିକ, ଆଜିକୁ ନୀଳାଦ୍ରି ବିଜେକୁ ୨୮ ଦିନ ବିତିଥିଲେ ମଧ୍ୟ ଶ୍ରୀବିଗ୍ରହଙ୍କ ଶ୍ରୀମୁଖ ସିଂହାର ହୋଇପାରିନି । ଭକ୍ତଙ୍କଠାରୁ ସେବାୟତ ମହଲ ପର୍ଯ୍ୟନ୍ତ ସବୁଠି ଭୀଷଣ ଉଦ୍‌ବେଗ ପ୍ରକାଶ ପାଉଛି । ତଥାପି ପ୍ରଶାସକ ଓ ସେବକଙ୍କ ମଧ୍ୟରେ ବୁଝାମଣା ହୋଇ ନପାରି ଠାକୁରଙ୍କ ଶ୍ରୀମୁଖ ସିଂହାର ନୀତି ବନ୍ଦ ରହିଛି । ନୀଳାଦ୍ରି ବିଜେ ପରେ ଗତ ୫ ତାରିଖ ବୁଧବାର ରହିଥିଲା ଶ୍ରବଣା ମକର ନକ୍ଷତ୍ର । ନକ୍ଷତ୍ର ପାଇଁ ବନକଲାଗି ଟଳିଥିଲା । ଶ୍ରୀଜଗନ୍ନାଥଙ୍କ ବନକଲାଗି ନହୋଇ ୬ ତାରିଖ ଗୁରୁବାର ମାଜଣା ଓ ଏକାନ୍ତ ନୀତି ହୋଇଥିଲା ।

Related Posts