କଂଗ୍ରେସ ଶାସନ କାଳରେ ବିଜୁଳି ରହୁନଥିଲା, ତେଣୁ ଜନସଂଖ୍ୟା ବଢ଼ିଯାଇଛି: କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ

ଭୁବନେଶ୍ଵର,୧୦/୩(ସତ୍ୟପାଠ ବ୍ୟୁରୋ): ଚଳିତ ବର୍ଷ ଶେଷ ଆଡକୁ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ରହିଛି। ସେଥିପାଇଁ ଏବେଠାରୁ ନେତାଙ୍କ ବୟାନବାଜୀ ମଧ୍ୟ ଆରମ୍ଭ ହୋଇଗଲାଣି। ତେବେ ଏହି କ୍ରମରେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଗୁରୁବାର କଂଗ୍ରେସକୁ ଟାର୍ଗେଟ କରିବାକୁ ଯାଇ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ଯେଉଁଥିରେ ସେ ଜନସଂଖ୍ୟା ବଢ଼ିବାରା କାରଣ ବାବଦରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, କଂଗ୍ରେସ ସରକାର ସମୟରେ ବିଜୁଳି ସେବା କମ୍ ରହୁଥିଲା। ତେଣୁ ଜନସଂଖ୍ୟା ବଢିଯାଇଛି।

ଯୋଶୀ କହିଛନ୍ତି ଯେ, କଂଗ୍ରେସ ଶାସନ କାଳରେ କମ୍ ବିଜୁଳି ସେବା ଯୋଗାଉଥିଲା। କଂଗ୍ରେସ ଶାସନ ସମୟରେ ଜନସଂଖ୍ୟା ବୃଦ୍ଧି ପାଇଥିଲା। ଏହାର କାରଣ ସେମାନେ ଠିକ୍ ଭାବରେ ବିଦ୍ୟୁତ ସେବା ଯୋଗାଇ ପାରିଲେ ନାହିଁ। ଏହା ପୂର୍ବରୁ ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ଦୀର୍ଘ ଦିନ ଧରି କ୍ଷମତାରୁ ଦୂରରେ ରହିବା କାରଣରୁ କଂଗ୍ରେସ ମାନସିକ ସନ୍ତୁଳନ ହରାଇ ବସିଛି। ସେହିପରି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ପ୍ରହଲ୍ଲାଦ ଯୋଶୀ। ସେ କହିଥିଲେ ଯେ ରାହୁଲ ଗାନ୍ଧୀ କହିଥିଲେ ଯେ ତାଙ୍କୁ ସଂସଦରେ କହିବାକୁ ଅନୁମତି ମିଳୁନାହିଁ, ଏବଂ ଯେତେବେଳେ ସେ ସଂସଦରେ କହୁଥିଲେ ସେତେବେଳେ ସେ ବିନା କୌଣସି ତଥ୍ୟରେ ଅଭିଯୋଗ କରୁଥିଲେ। ସତ୍ୟତା ସମ୍ପର୍କରେ ପଚରାଯିବାରୁ ସେ କୌଣସି ଆଧାର ଦେଇନଥିଲେ। ଲୋକସଭା ଓ ରାଜ୍ୟସଭାରେ ବାଚସ୍ପତି ଓ ଅଧ୍ୟକ୍ଷଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେ କହିଥିଲେ।

ସେହିଭଳି କର୍ଣ୍ଣାଟକର ବିଜେପି ବିଧାୟକଙ୍କ ଘରେ ଲୋକାୟୁତ ରେଡ ନେଇ ସେ କହିଛନ୍ତି ଯେ, ଦୁର୍ନୀତି ଉପରେ ଆଲୋଚନା କରିବା ପାଇଁ କଂଗ୍ରେସ ଦଳର ନୈତିକ ଅଧିକାରର ଅଭାବ ରହିଛି ବୋଲି ସେ ଦାବି କରିଛନ୍ତି। ଲୋକାୟୁକ୍ତର ରେଡ ପାଇଁ କର୍ଣ୍ଣାଟକ ରାଜ୍ୟ ପ୍ରଶାସନ ପ୍ରଶଂସାର ପାତ୍ର। ତାଙ୍କ ଦଳ ବିଜେପି ଏହି ଚଢାଉକୁ ଅଟକାଇ ପାରିଥାନ୍ତା କାରଣ ଉଭୟ କେନ୍ଦ୍ର ଏବଂ ରାଜ୍ୟରେ ତାଙ୍କର ସରକାରରେ ରହିଛି। କିନ୍ତୁ ତାଙ୍କ ସରକାର ଏହା କରିନାହିଁ। ଯିଏ ଭୁଲ୍ କରିବ ତାକୁ ଦଣ୍ଡ ମିଳିବା ଦରକାର ବୋଲି ସେ କହିଛନ୍ତି।

Related Posts