ବିଜେଡି ସହ ହେବ ୱାନ ଟୁ ୱାନ୍ ଫାଇଟ୍; ବିଜେପି ପଦାଧିକାରୀ ବୈଠକ ପରେ କହିଲେ ଜୟନାରାୟଣ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆଜି ରାଜ୍ୟ କାର୍ଯ୍ୟାଳୟରେ ବସିଥିବା ବିଜେପି ପଦାଧିକାରୀ ବୈଠକ ଶେଷ ହେବା ପରେ ବଡ ବୟାନ ଦେଇଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ୨୦୨୪ ନିର୍ବାଚନ ପାଇଁ ବିଜେପିର ରଣନୀତିକୁ ନେଇ ଜୟନାରାୟଣ କହିଛନ୍ତି, ଜାନୁଆରୀ ୫ ପରେ ସଂଘର୍ଷ ଆରମ୍ଭ ହେବ । କାର୍ଯ୍ୟକର୍ତାଙ୍କ ମଧ୍ୟରେ ଘର ବଂଟନ ହେବ । ଜଣେ ଜଣେ କାର୍ଯ୍ୟକର୍ତାଙ୍କୁ ଗୋଟିଏ ଗୋଟିଏ ଘରର ଦାୟିତ୍ୱ ଦିଆଯିବ । କଂଗ୍ରସ ମୈଦାନରେ ନଥିବାରୁ ୨୦୨୪ରେ ବିଜେଡି ସହ ୱାନ ଟୁ ୱାନ୍ ଫାଇଟ୍ ହେବ ।

ଓଡ଼ିଶାରେ ବିଜେଡି ସହ ବିଜେପିର କୌଣସି ସମ୍ପର୍କ ନାହିଁ । ଯେହେତୁ କଂଗ୍ରେସ ଏବେ ମୈଦାନରେ ନାହିଁ ତେଣୁ ୫୦% ଭୋଟ ଉପରେ ବିଜେପିର ଫୋକସ ରହିବ ବୋଲି କହିଛନ୍ତି ଜୟନାରାୟଣ । ଏନେଇ ପଦାଧିକାରୀ ବୈଠକରେ କେନ୍ଦ୍ରୀୟ ନେତୃତ୍ୱ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ଜୟନାରାୟଣ ।

Related Posts