ଏହା ସୁରଙ୍କ ବ୍ୟକ୍ତିଗତ ମତ; ଆମେ ହାଇକମାଣ୍ଡଙ୍କ ନିର୍ଦ୍ଦେଶ ପାଳନ କରିବୁ: ଶରତ ପଟ୍ଟନାୟକ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଓଡ଼ିଶରୁ ଦ୍ରୌପଦୀ ମୁର୍ମୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଘୋଷଣା ହେବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି । ସେପଟେ କଂଗ୍ରେସ ଦ୍ରୌପଦୀଙ୍କୁ ସମର୍ଥନ ଜଣାଇବ ନାହିଁ ବୋଲି କହୁଥିବାବେଳେ ଆଜି କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ ଦ୍ରୌପଦୀଙ୍କୁ ସମର୍ଥନ ଦେବା ପାଇଁ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିବେ ବୋଲି କହିଛନ୍ତି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ଏହା ମଧ୍ୟରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି । ତେବେ ଏହା ସୁର ରାଉତରାୟଙ୍କ ବ୍ୟକ୍ତିଗତ ମତ ।

ବିଜେପି ପ୍ରାର୍ଥୀଙ୍କୁ କାହିଁକି ସମର୍ଥନ କରିବୁ ବୋଲି ସେ ପ୍ରଶ୍ନ କରିଛନ୍ତି । ହାଇକମାଣ୍ଡଙ୍କ ନିର୍ଦ୍ଦେଶ ପାଳନ କରାଯିବ ବୋଲି କହିଛନ୍ତି ଶରତ ପଟ୍ଟନାୟକ । ସେପଟେ ପାର୍ଟିଲାଇନରୁ ହଟି କଂଗ୍ରେସ ବିଧାୟକ ସୁର ରାଉତରାୟ ଦ୍ରୌପଦୀଙ୍କୁ ସମର୍ଥନ କରିବା ସପକ୍ଷରେ ମତ ଦେଇଛନ୍ତି । ସେ କହିଛନ୍ତି, ଏ ନେଇ ସେ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିବେ । ଦ୍ରୌପଦୀ ରାଷ୍ଟ୍ରପତି ହେବା ସୁନିଶ୍ଚିତ । ସେ ବିବେକ ଅନୁଯାୟୀ ଭୋଟ ଦେବେ ବୋଲି କହିଛନ୍ତି ସୁର ରାଉତରାୟ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts