ଏଥର ୟୁପି ମେ ଖେଲା ହବେ; ମୁଁ ବିଜେପିର ଗୁଣ୍ଡାମାନଙ୍କୁ ଡ଼ରେ ନାହିଁ: ମମତା ବାନାର୍ଜୀ

ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଆଜି ଷଷ୍ଠ ପର୍ଯ୍ୟାୟ ମତଦାନ ଚାଲିଛି । ୟୁପିର ୧୦ ଟି ଜିଲ୍ଲାର ୫୭ ଟି ସିଟରେ ଭୋଟ୍ ଚାଲିଛି। ଅପରାହ୍ନ ଗୋଟିଏ ପର୍ଯ୍ୟନ୍ତ ୩୬.୩୩% ମତଦାନ ହୋଇସାରିଛି । ଏହି ସମୟରେ ବାରାଣାସୀରେ ମମତା ବାନାର୍ଜୀ ଅଖିଳେଶ ଯାଦବଙ୍କ ସହ ତାଙ୍କର ପ୍ରଥମ ସମାବେଶ କରିଥିଲେ। ଏବଂ ଏହି ସମାବେଶରେ କେନ୍ଦ୍ରସରକାରଙ୍କ ଉପରକୁ ମମତା ବାର୍ନାଜୀ ବର୍ଷିଥିବାର ଦେଖିବାକୁ ମିଳିଛି । ତେବେ ଏଥର ‘ୟୁପି ମେ ଖେଲା ହବେ’ । ସେପଟେ ତାଙ୍କୁ କଳା ପତାକା ଦେଖାଉଥିବା ଲୋକଙ୍କ ଉପରେ ଜବାବ ଦେଇ ସେ କହିଛନ୍ତି, ଗତକାଲି ଯେଉଁ ବିଜେପିକର୍ମୀମାନଙ୍କ ମନରେ କେବଳ ଭାଙ୍ଗିବା ଓ ମାରିବା ଛଡ଼ା ଆଉ କିଛି ନାହିଁ, ସେମାନେ ଆମ କାରକୁ ଅଟକାଇଥିଲେ । କେବଳ ଏତିକି ନୁହେଁ ସେମାନେ ଆମ କାରକୁ ଧକ୍କା ମାରିବା ସହ ବାଡିରେ ପିଟିଥିଲେ । ଏବଂ ଆମକୁ ଫେରିବାକୁ କହିଥିଲେ । ଏହାର ଜବାବରେ ମମତା ବାର୍ନାଜୀ କହିଛନ୍ତି ଯେ ମୁଁ ଏସବୁକୁ ଡ଼ରେ ନାହିଁ ।

ମୁଁ ଜଣେ ଯୋଦ୍ଧା ବୋଲି କହିଛନ୍ତି । ଅନ୍ୟପଟେ ଜୈନପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏସପିଙ୍କୁ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଛି । ତେବେ ଏହି ମାଫିଆମାନଙ୍କର ମୂଳ କାମ ହେଉଛି ଲୁଟ୍ କରିବା, ଗରିବ ଲୋକଙ୍କ ସ୍ୱପ୍ନକୁ ଭାଙ୍ଗବା, ସେମାନେ ତୁମର ଯନ୍ତ୍ରଣା, ତୁମର ଅସୁବିଧା କେବେ ଦେଖି ନାହାଁନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହା ସହ ପାଞ୍ଚ ବର୍ଷ ପୂର୍ବେ ମୁଁ ତାଙ୍କୁ ଦିଲ୍ଲୀରୁ ଚିଠି ପଠାଉଥିଲି, କାରଣ ତାଙ୍କର ସରକାର ରାଜ୍ୟରେ ଥିଲା ଏବଂ ସେ ମୁଖ୍ୟମନ୍ତ୍ରୀ ଥିଲେ। ମୁଁ ବାରମ୍ବାର କହୁଥିଲି ଯେ ଭାରତ ସରକାର ଟଙ୍କା ଦେଉଛନ୍ତି, ତୁମେ କେବଳ ଗରିବ ଏବଂ ଦ୍ରୁତ ଗତିରେ ଘର ନିର୍ମାଣ କାମ ଶେଷ କର । କିନ୍ତୁ ଏହି କଥା ମଧ୍ୟ ସେମାନେ ଶୁଣିନଥିଲେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।

Related Posts