ବଜେଟ ଅଧିବେଶନ ଶେଷ ହେବା ପର୍ଯ୍ୟନ୍ତ ଗୃହରୁ ନିଲମ୍ବିତ ହେଲେ ବିଜେପିର ତିନି ବିଧାୟକ

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଆଜି ଠାରୁ ଆରମ୍ଭ ହୋଇଥିବା ତେଲେଙ୍ଗାନାର ବଜେଟ ଅଧିବେଶନରେ ଭାରତୀୟ ଜନତା ପାର୍ଟିର ତିନିଜଣ ବିଧାୟକଙ୍କୁ ନିଲମ୍ବିତ କରାଯାଇଛି। ନିଲମ୍ବିତ ହୋଇଥିବା ବିଧାୟକଙ୍କ ମଧ୍ୟରେ ଟି ରାଜା ସିଂ, ଏମ ରଘୁନନ୍ଦ ରାଓ ଏବଂ ଏଟେଲା ରାଜେଣ୍ଡର ଅଛନ୍ତି। ତାଙ୍କୁ ନିଲମ୍ବନ କରିବାର ପ୍ରସ୍ତାବ ଶାସକ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି (ଟିଆରଏସ) ଦଳର ମନ୍ତ୍ରୀ ତଲାସାନି ଶ୍ରୀନିବାସ ଯାଦବଙ୍କ ଦ୍ୱାରା ଦିଆଯାଇଛି । ନିଲମ୍ବନ ପରେ ତିନିଜଣ ବିଧାୟକ ବିଧାନସଭା ବାହାରେ ଏକ ଧର୍ମଘଟ କରୁଥିବାର ଦେଖିବାକୁ ମିଳିଛି । ସେପଟେ ତେଲେଙ୍ଗାନା ବିଧାନସଭାରେ ବଜେଟ୍ ଅଧିବେଶନର କିଛି ମିନିଟ୍ ମଧ୍ୟରେ ମନ୍ତ୍ରୀ ତଲାସାନି ଶ୍ରୀନିବାସ ଯାଦବ ତିନିଜଣ ସଦସ୍ୟଙ୍କୁ ବଜେଟ ଅଧିବେଶନ ଶେଷ ପର୍ୟ୍ୟନ୍ତ ସ୍ଥଗିତ ରଖିବାକୁ ଏକ ପ୍ରସ୍ତାବ ଆଗତ କରିଛନ୍ତି।

ବଜେଟ ଅଧିବେଶନ ଆରମ୍ଭରେ ପାରମ୍ପାରିକ ରାଜ୍ୟପାଳଙ୍କ ଭାଷଣ ନିର୍ଦ୍ଧାରଣ ନକରିବାକୁ ନିଷ୍ପତ୍ତି ନେଇଥିବାରୁ ତିନିଜଣ ବିଜେପି ବିଧାୟକ ବଜେଟ ଏବଂ ଶାସକ ଟିଆରଏସ୍ ଦଳ ବିରୋଧରେ ଏକ ବିରୋଧର ଆୟୋଜନ କରିବାକୁ ଚାହୁଁଥିଲେ। ଯାହାଫଳରେ ବାଚସ୍ପତି ଭାରତୀୟ ଜନତା ପାର୍ଟିର ୩ ବିଧାୟକଙ୍କୁ ବଜେଟ ଅଧିବେଶନ ଶେଷ ହେବା ପର୍ଯ୍ୟନ୍ତ ନିଲମ୍ବିତ କରିଛନ୍ତି । ଅନ୍ୟପଟେ ନିଲମ୍ବିତ ୩ ବିଧାୟକ ବେକରେ କଳା ସ୍ପାର୍ଫ ବାନ୍ଧି ତେଲେଙ୍ଗାନା ବିଧାନସଭାର ମୁଖ୍ୟ ଫାଟକ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

Related Posts