ଶ୍ରୀନଗର : ଶ୍ରୀନଗରରେ ଏନ୍କାଉଣ୍ଟର | ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ | ଫଳରେ ତଳି ପଡିଛନ୍ତି ୩ ଜଣ ଆତଙ୍କବାଦୀ | ନିହତ ଖାନ୍ମୋହ୍ ସରପଞ୍ଚଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ‘ଲଶ୍କର୍-ଏ-ତୈବା’ର ୩ଜଣ ଆତଙ୍କବାଦୀ |
ଉପରୋକ୍ତ ଅଭିଯାନ ସଙ୍କ୍ରାନ୍ତରେ ଅଧିକ ବିବରଣୀ ଦେଇ କଶ୍ମୀର ‘ଆଇଜିପି’ ବିଜୟ କୁମାର କହିଛନ୍ତି, ଶ୍ରୀନଗର ଜିଲ୍ଲା ଉପକଣ୍ଠସ୍ଥିତ ନାଓଗାମ୍ ଅଞ୍ଚଳରେ ନିରାପତ୍ତା ବଳଙ୍କ ସହ ଗୁଳି ବିନିମୟ କରି ‘ଏଲ୍ଇଟି/ଟିଆର୍ଏଫ୍’ର ୩ଜଣ ଆତଙ୍କବାଦୀ ପ୍ରାଣ ହରାଇଥିବା କଥା ଜମ୍ମୁ ଓ କଶ୍ମୀର ପୁଲିସ କହିଛି।
ଗଣମାଧ୍ୟମକୁ କଶ୍ମୀର ‘ଆଇଜିପି’ କହିଛନ୍ତି, ନିହତ ଆତଙ୍କବାଦୀମାନେ ନିଷିଦ୍ଧ ଆତଙ୍କବାଦୀ ସଙ୍ଗଠନ ‘ଏଲ୍ଇଟି/ଟିଆର୍ଏଫ୍’ର ଏବଂ ସେମାନେ ନିକଟରେ ଖାନ୍ମୋହ୍ର ସରପଞ୍ଚ ସମୀର ଭଟ୍ଟଙ୍କ ହତ୍ୟାରେ ସମ୍ପୃକ୍ତ ଥିଲେ।
ସହରର ନାଓଗାମ୍ ଅଞ୍ଚଳରେ ଆତଙ୍କବାଦୀମାନଙ୍କ ଉପସ୍ଥିତି ବିଷୟରେ ସୂଚନା ଅନୁସାରେ କାମ କରି, ନିରାପତ୍ତା ବଳ ସେଠାରେ ପ୍ରଥମେ ‘କର୍ଡନ୍-ଆଣ୍ଡ୍-ସର୍ଚ’ ଅଭିଯାନ ଆରମ୍ଭ ହୋଇଥିଲା | ପରେ ଆତ୍ମଗୋପନ କରିଥିବା ଆତଙ୍କବାଦୀମାନେ ତଲାସକାରୀ ନିରାପତ୍ତା ବଳଙ୍କ ଉପରକୁ ପ୍ରଥମେ ଗୁଳି ଚଳାଇଥିଲେ। ନିରାପତ୍ତା ବଳ ପାଲଟା ଗୁଳି ଚଳାଇବାରୁ ଏନ୍କାଉଣ୍ଟର୍ ଆରମ୍ଭ ହୋଇଥିଲା।





