ସୁରକ୍ଷା ପାଇଁ ବିପଦ ଦର୍ଶାଇ ଆମେରିକାର ସମସ୍ତ ସରକାରୀ ଅଫିସରେ ବ୍ୟାନ୍ ହେଲା ଟିକଟକ୍

ଭୁବନେଶ୍ୱର,୩୧/୧୨(ସତ୍ୟପାଠ ବ୍ୟୁରୋ): ଆମେରିକାରୁ ଚୀନକୁ ଝଟକା। ଏବେ ଆମେରିକାରେ ବ୍ୟବହାର ହେବନି ଚାଇନିଜ୍ ସର୍ଟ ଭିଡିଓ ଆପ୍ ଟିକଟକ୍। ଏହାକୁ ହାଇ ରିସ୍କ ବା ବିପଦପୂର୍ଣ୍ଣ କହି ଆମେରିକା federal government devicesରେ ବା ଆମେରିକାର ସମସ୍ତ ସରକାରୀ ଗ୍ୟାଜେଟରେ ପ୍ରତିବନ୍ଧକ ଲଗାଯାଇଛି। ଆମେରିକାର ଲୋକସଭା ପ୍ରଶାସନ ଏହା ନିଶ୍ଚିତ କରିଛି। ସୂଚନାଅନୁସାରେ, ନିକଟରେ ଜାତୀୟ ନିରାପତ୍ତାକୁ ଦର୍ଶାଇ ଆମେରିକାର ଏ ସମ୍ପର୍କରେ ଏକ ବିଲ୍ ପାସ୍ ହୋଇଛି ।ଏହି ବିଲରେ ସରକାରୀ କର୍ମଚାରୀ ତଥା ସରକାରୀ ଗ୍ୟାଜେଟରେ ଟିକଟକ୍ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ କୁହାଯାଇଛି।

ଗୃହର ମୁଖ୍ୟ ପ୍ରଶାସନିକ ଅଧିକାରୀଙ୍କ କହିବାନୁସାରେ, ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ଲାଟଫର୍ମ ଉପରେ ପ୍ରତିବନ୍ଧକ ଲଗାଯାଇଛି। ସାଧାରଣ ବ୍ୟବହାରକାରୀଙ୍କ ପାଇଁ ଏହି ପ୍ରତିବନ୍ଧକ ଲାଗୁ କରାଯାଇ ନାହିଁ । ସରକାରୀ ଉପକରଣରୁ ସର୍ଟ ଭିଡିଓ ପ୍ଲାଟଫର୍ମ ଟିକଟକକୁ ତୁରନ୍ତ ଅନ୍-ଇନଷ୍ଟଲ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କୁହାଯାଉଛି ଯେ ସରକାର ଖୁବ୍ ଶୀଘ୍ର ଏ ସମ୍ପର୍କରେ ଏକ ଆଇନ ପ୍ରସ୍ତୁତ କରିପାରନ୍ତି।

ଆମେରିକାର ଫେଡେରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ଏଫବିଆଇ) ନିର୍ଦ୍ଦେଶକ କ୍ରିସ୍ ରେ ମଧ୍ୟ ଜାତୀୟ ସୁରକ୍ଷାକୁ ନେଇ ଉଦବେଗଗ ପ୍ରକାଶ କରିଛନ୍ତି। ସେ କହିଥିଲେ ଯେ ଏହି ଭିଡିଓ ସେୟାରିଂ ଆପ୍ ର ନିୟନ୍ତ୍ରଣ ଚୀନ୍ ସରକାରଙ୍କ ହାତରେ ଅଛି, ଯାହାର ମୂଲ୍ୟ ଆମ ଭଳି ନୁହେଁ। ରେ କହିଛନ୍ତି ଯେ, ଆପ୍ ସିଷ୍ଟମର ନିୟନ୍ତ୍ରଣ ଚୀନ୍ ହାତରେ ଅଛି, ଯିଏ ଆମ ଜିନିଷକୁ ହେରାଫେରି କରିପାରନ୍ତି।

ଆମେରିକାରେ ଏ ସମ୍ପର୍କରେ ଏକ ବିଲ୍ ମଧ୍ୟ ପାରିତ ହୋଇଛି। ଜାତୀୟ ସୁରକ୍ଷା ପାଇଁ ଅଣାଯାଇଥିବା ଏହି ବିଲରେ ସରକାରୀ କର୍ମଚାରୀ ଏବଂ ସରକାରୀ ଗ୍ୟାଜେଟରେ ଟିକଟକ୍ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଥିବା କୁହାଯାଇଛି। ଜୋସ୍ ହାୱଲି ଟିକଟକକୁ ଚାଇନାର କମ୍ୟୁନିଷ୍ଟ ପାର୍ଟିର ଖତରନାକ ଭାଇରସ୍ ବୋଲି କହିଛନ୍ତି।

ସୂଚନାଯୋଗ୍ୟ ଯେ, ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଟିକଟକକୁ ଆମେରିକାରୁ ନିଷିଦ୍ଧ କରିବାକୁ ଚାହୁଁଥିଲେ। ଫେଡେରାଲ୍ କମ୍ୟୁନିକେସନ୍ କମିଶନ (ଏଫ୍ସିସି) ଆପଲ୍ ଏବଂ ଗୁଗୁଲକୁ ମଧ୍ୟ ନିଜ ଆପ୍ ଷ୍ଟୋରରୁ ଟିକଟକ୍ କୁ ହଟାଇବାକୁ ପରାମର୍ଶ ଦେଇଛି।

Related Posts