ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜନ୍ମ ଜୟନ୍ତୀ । ଏହି ଅବସରରେ ପ୍ରତି ନିର୍ବାଚନ ମଣ୍ଡଳୀରେ ବିଜୁ ବାବୁଙ୍କ ଜୟନ୍ତୀଙ୍କୁ ନିରାଡମ୍ବର ଭାବେ ପାଳନ କରିବା ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଦେଇଛନ୍ତି | ଏଥିସହ ପ୍ରତି ନିର୍ବାଚନ ମଣ୍ଡଳୀରେ ସାଧାରଣ ସଭା ଆୟୋଜନ କରାଯାଇ ବିଜୁ ବାବୁଙ୍କ ନୀତି ଓ ଆଦର୍ଶରେ ପରିଚାଳିତ ବିଜେଡିର ସଫଳ ଯାତ୍ରା ସମ୍ପର୍କରେ ଆଲୋଚନା କରାଯିବ । ବିଜୁ ବାବୁ ହେଉଛନ୍ତି ଓଡ଼ିଶା ସଫଳ ବିକାଶ ଯାତ୍ରାର ମହାନାୟକ ।
ଅନ୍ୟପଟେ ପ୍ରବାଦ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ବିଜୁ ପଟ୍ଟନାୟକଙ୍କ କରିଛନ୍ତି ପ୍ରତିମୂର୍ତ୍ତୀ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।
ସୂଚନାଯୋଗ୍ୟ ଯେ, ଓଡ଼ିଶାକୁ ବିକାଶର ଶୀର୍ଷରେ ପହଞ୍ଚାଇବା ଥିଲା ବିଜୁବାବୁଙ୍କ ଲକ୍ଷ୍ୟ ଥିଲା । ସେବା ଓ ସ୍ବାଭିମାନ ଥିଲା ବିଜୁବାବୁଙ୍କ ଆଦର୍ଶ । ବିଜୁଙ୍କ ବୀରତ୍ବର ଗାଥା ହେଉ କି ଓଡ଼ିଶା ପାଇଁ ତାଙ୍କର ଅବଦାନ ସବୁବେଳେ ପ୍ରତିଟି ଜନମାନସରେ ତାଙ୍କୁ ଅମର କରିଦେଇଛି । ଏଥିପାଇଁ ତ ଆଜିର ଦିନ ମାନେ ମାର୍ଚ୍ଚ ୫କୁ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରୁଛନ୍ତି । ପ୍ରଶାସନକୁ ସ୍ୱଚ୍ଛ କରିବାକୁ ୫ଟି ଓ ମୋ ସରକାର ଭଳି ବିକାଶମୂଳକ କାର୍ଯ୍ୟ ହାତକୁ ନେଇଛନ୍ତି ରାଜ୍ୟ ସରକାର । ଏଣୁ ବିଜୁ ବାବୁଙ୍କ ଜନ୍ମ ଦିବସରେ ଲୋକଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ଏହି ଅବସରରେ ଲୋକସଂପର୍କ ଭବନରେ ହେବ ସ୍ୱତନ୍ତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ବିଜୁ ବାବୁଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିବେ ବିଭାଗୀୟ ଅଧିକାରୀମାନେ ।





