ଭୁବନେଶ୍ୱର: ଆଜି ହାଇକୋର୍ଟ ବାର ସମେତ ରାଜ୍ୟର ସମସ୍ତ ବାର ଆସୋସିଏସନର ନିର୍ବାଚନ ପାଇଁ ହେବ ଭୋଟିଂ । ଏନେଇ ଆରମ୍ଭ ହୋଇଯାଇଛି ଭୋଟିଂ ପକ୍ରିୟା । ଓ୍ୱାନ ବାର୍ ଓ୍ୱାନ ଭୋଟ ପଦ୍ଧତିରେ ରାଜ୍ୟର ୧୫୧ଟି ବାର ଆସୋସିଏସନରେ ଭୋଟ ଗ୍ରହଣ କରାଯିବ । ଏଥିରେ ପ୍ରାୟ ୩୩ ହଜାର ୪୦ ଜଣ ଆଇନଜୀବୀ ନିଜ ମତାଧିକାର ସାବ୍ୟସ୍ତ କରିବେ । ଏଥିପାଇଁ ଷ୍ଟେଟ ବାର କାଉନସିଲ ପକ୍ଷରୁ ଭୋଟର ଲିଷ୍ଟ ପ୍ରସ୍ତୁତ କରାଯାଇଛି ।
ସୂଚନାଯୋଗ୍ୟ, ସକାଳ ୮ଟା ରୁ ଭୋଟ ଆରମ୍ଭ ହୋଇ ଅପରାହ୍ନ ୩ଟା ପଯର୍ୟନ୍ତ ଚାଲିବ । ଅପରାହ୍ନ ୪ଟାରୁ ଭୋଟ ଗଣତି ଆରମ୍ଭ ହୋଇ ଫଳ ଘୋଷଣା ହେବ । ବାର କାଉନସିଲ ଅଫ ଇଣ୍ଡିଆର ନିର୍ଦେଶାବଳୀ ଅନୁଯାୟୀ ଭେରିଫିକେସନ କରାଯାଇଛି। କେଉଁ ଭୋଟର କେଉଁ ବାର ଆସୋସିଏସନରେ ଭୋଟ ଦେବେ ସେନେଇ ତାଲିକା ପ୍ରକାଶ ପାଇଛି ।





