ଆଜି ପ୍ରକାଶ ପାଇବ ବିଧାନସଭା ନିର୍ବାଚନ ଫଳାଫଳ | ତେବେ କିଏ କୋଉଠି ବାଜିମାତ କରିବ ସେନେଇ ଆଶା ଆଶଙ୍କା ଦେଖା ଦେଇଥିବା ବେଳେ, ଏବେ ସୁଦ୍ଧା ହୋଇଥିବା ଗଣନାରେ ବିଜେପି ଆଗରେ ରହିଛି | ସକାଳ ୮ଟାରୁ ମତଗଣନା ଆରମ୍ଭ ହେଉଛି । ସନ୍ଧ୍ୟା ସୁଦ୍ଧା ଫଳାଫଳ ଆସିବାର ଅନୁମାନ କରାଯାଉଛି ।
ତେବେ ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ରାଜନେତାମାନେ ଭଗବାନଙ୍କ ଆଶୀର୍ବାଦ ନେଇଛନ୍ତି | ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ବାଚନ ଫଳାଫଳ ପୂର୍ବରୁ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ଉତ୍ତର ପ୍ରଦେଶରେ ବିଜେପି ପୁଣି ଥରେ ସରକାର ଗଢ଼ିବ ବୋଲି ପୂର୍ବରୁ ଅନେକ ସର୍ଭେ ସଂସ୍ଥା ରିପୋର୍ଟ କରିଛନ୍ତି । ମତଦାନ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
କେବଳ ଯୋଗୀ ନୁହଁନ୍ତି ପଂଜାବର ମୁଖ୍ୟମନ୍ତ୍ରୀ ଚରଣଜୀତ ସିଂହ ଚନ୍ନୀ ମଧ୍ୟ ନିର୍ବାଚନ ଫଳାଫଳ ପୂର୍ବରୁ ଗୁରୁଦ୍ୱାରରେ ମୁଣ୍ଡିଆ ମାରିଛନ୍ତି । ସେହିପରି ପଂଜାବରେ ଆମ ଆଦମୀ ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗବନ୍ତ ସିଂହ ମାନ ମଧ୍ୟ ସଙ୍ଗୁରସ୍ଥିତ ମାସ୍ତୁଆନ ସାହିବ ଗୁରୁଦ୍ୱାରରେ ପହଂଚିଛନ୍ତି |





