ୱାସିଂଟନ: ମଧ୍ୟପ୍ରାଚ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆମେରିକା ଓ ଇରାନ ମଧ୍ୟରେ ସଂଘର୍ଷର ପରିସ୍ଥିତି ଗଭୀର ହେବାର ସଙ୍କେତ ମିଳୁଛି। ଆମେରିକାର ଅର୍ଥ ସଚିବ ସ୍କଟ୍ ବେସେଣ୍ଟ ଏକ ଟିଭି କାର୍ଯ୍ୟକ୍ରମରେ କହିଛନ୍ତି ଯେ, “ଆଜି ରାତି ଇରାନ ପାଇଁ ସବୁଠାରୁ କଷ୍ଟକର ରାତି ହେବ।” ତାଙ୍କର ଏହି ବୟାନ ପରେ ସାରା ବିଶ୍ୱରେ ଚିନ୍ତା ବଢ଼ିଛି ଏବଂ ଏହାକୁ ଏକ ବଡ଼ ସାମରିକ ଅଭିଯାନର ସଙ୍କେତ ଭାବରେ ଦେଖାଯାଉଛି।ଫକ୍ସ ବିଜନେସର ‘କୁଡଲୋ’ କାର୍ଯ୍ୟକ୍ରମରେ କଥାହେଉଥିବା ବେଳେ ବେସେଣ୍ଟ କହିଥିଲେ ଯେ, ଆମେରିକାର ସେନାର ପ୍ରମୁଖ ଲକ୍ଷ୍ୟ ହେଉଛି ଇରାନର କ୍ଷେପଣାସ୍ତ୍ର କ୍ଷମତାକୁ ଦୁର୍ବଳ କରିବା। ତାଙ୍କ କଥାନୁସାରେ, ଇରାନର କ୍ଷେପଣାସ୍ତ୍ର ଲଞ୍ଚର ଏବଂ ସେଗୁଡ଼ିକର ଉତ୍ପାଦନ କାରଖାନାଗୁଡ଼ିକୁ ଟାର୍ଗେଟ କରାଯାଇପାରେ। ଏହି ସୁବିଧାଗୁଡ଼ିକୁ ଗୁରୁତର କ୍ଷତି ପହଞ୍ଚାଇଲେ ଇରାନର ପ୍ରତିଆକ୍ରମଣ କ୍ଷମତା ଅନେକ ହ୍ରାସ ପାଇବ ବୋଲି ସେ ଦାବି କରିଛନ୍ତି।ବେସେଣ୍ଟ ଆହୁରି କହିଛନ୍ତି ଯେ, ଆମେରିକାର ସେନା ବର୍ତ୍ତମାନ ଦୁଇଟି ପୃଥକ୍ ମୋର୍ଚ୍ଚାରେ ସକ୍ରିୟ ଅଭିଯାନ ଚଳାଇଛି। ସଚିବ ହେଗସେଥ୍, ଜେନେରାଲ କେନ୍ ଓ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶନାୟ ଚାଲିଥିବା ଏହି ଅଭିଯାନ ଇରାନର ସାମରିକ କ୍ଷମତାକୁ ଦୁର୍ବଳ କରିବାରେ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ଦାବି କରାଯାଇଛି।ବିଶ୍ଳେଷକମାନଙ୍କ ମତରେ, ଏହି ପରିସ୍ଥିତି ମଧ୍ୟପ୍ରାଚ୍ୟରେ ତଣାପୋଡ଼କୁ ଆହୁରି ବଢ଼ାଇପାରେ। ଶାନ୍ତି ଆଲୋଚନାର ଆଶା ମ୍ଲାନ ହେଉଥିବାବେଳେ ଅଞ୍ଚଳରେ ଯୁଦ୍ଧର ଆଶଙ୍କା ଗଭୀର ହେଉଥିବା





