ମନ୍ଦିରରେ ଧକ୍କା ହେଲା ପ୍ରଶିକ୍ଷଣ ବିମାନ; ଦୁର୍ଘଟଣାରେ ପାଇଲଟ୍‌ ମୃତ

ଭୁବନେଶ୍ୱର,୬/୧(ସତ୍ୟପାଠ ବ୍ୟୁରୋ): ମଧ୍ୟପ୍ରଦେଶର ରେୱା ଚୌରାହାଟରେ ମନ୍ଦିରରେ ଧକ୍କା ହେଲା ପ୍ରଶିକ୍ଷଣ ବିମାନ । ଦୁର୍ଘଟଣାରେ ଜଣେ ପାଇଲଟ୍‌ଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ, ଚୌରାହାଟ ଥାନା ଅଧୀନସ୍ଥ ଉମରି ଗାଁରେ ଥିବା ମନ୍ଦିର ନିକଟରେ ବିଜୁଳି ତାରରେ ବିମାନଟି ଧକ୍କା ହୋଇଥିଲା । ସୂଚନା ଦେଇଛନ୍ତି ରେୱା ଏସ୍‌. ପି. ନବନୀତ ଭସୀନ୍‌ ।

ଘନ କୁହୁଡ଼ି ଯୋଗୁଁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଅନୁମାନ କରାଯାଉଥିବା ବେଳେ । ରେୱା ଏସ୍‌. ପି. ନବନୀତ ଭସୀନ୍‌ କହିଛନ୍ତି, ରେୱା ଜିଲ୍ଲାରେ ତାଲିମ ସମୟରେ ଗୋଟାଏ ବିମାନ ଏକ ମନ୍ଦିର ଉପରେ ଧକ୍କା ଖାଇବାରୁ ଜଣେ ପାଇଲଟ୍‌ଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ପାଇଲଟ୍‌ ଆହତ ହୋଇଛନ୍ତି। ଆହତ ହୋଇପଡ଼ିଥିବା ଟ୍ରେନି ପାଇଲଟ୍‌ଜଣଙ୍କୁ ତୁରନ୍ତ ସଞ୍ଜୟ ଗାନ୍ଧୀ ହସ୍ପିଟାଲ୍‌କୁ ନିଆଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଚାଲିଛି।

ଦୁର୍ଘଟଣା ସଂକ୍ରାନ୍ତରେ ଖବର ପାଇ ପୁଲିସ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। କୁହୁଡ଼ି ଯୋଗୁଁ ସେ ଅଞ୍ଚଳରେ ପାଗ ଖରାପ କାରଣରୁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଅନୁମାନ କରାଯାଉଛି।

Related Posts