ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ଆଇଏଏସ୍ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି ସରକାର। ଆଇଜିଆର୍ (ଇନ୍ସପେକ୍ଟର ଜେନେରାଲ ଅଫ୍ ରେଜିଷ୍ଟ୍ରେସନ) ଜ୍ୟୋତିପ୍ରକାଶ ଦାସଙ୍କୁ ମାଧ୍ୟମିକ ଶିକ୍ଷା ପରିଷଦ (ବିଏସ୍ଇ) ବୋର୍ଡର ସଭାପତି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।
ଅନ୍ୟପକ୍ଷରେ ବୋର୍ଡ ସଭାପତି ଥିବା ରାମାଶିଷ ହାଜରାଙ୍କୁ ପ୍ରାଣୀ ସଂପଦ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ସେହିପରି ପ୍ରାଣୀ ସଂପଦ ବିଭାଗରେ ନିର୍ଦ୍ଦେଶକ ଥିବା ଆଇଏଏସ୍ ଅଫିସର ଡକ୍ଟର ୟେଦୁଲା ବିଜୟଙ୍କୁ ବିଜ୍ଞାନ ଓ ବୈଷୟିକ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି।





