ଆଇଏଏସ୍‌ ସ୍ତରରେ ଅଦଳବଦଳ: ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ହେଲେ ସରୋଜ କୁମାର ସାମଲ

ଭୁବନେଶ୍ୱର,୧୮/୪(ସତ୍ୟପାଠ ବ୍ୟୁରୋ): ମଙ୍ଗଳବାର ରାଜ୍ୟ ସରକାର ଆଇଏଏସ୍‌ ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଝାରସୁଗୁଡ଼ାର ପୂର୍ବତନ ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କୁ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି।

ସେହିପରି ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଥିବା ୨୦୧୧ କ୍ୟାଡର ଆଇଏଏସ୍‌ ଇନ୍ଦ୍ରମଣୀ ତ୍ରିପାଠୀଙ୍କୁ ବଦଳି ହୋଇଛି। ଶ୍ରୀ ତ୍ରିପାଠୀଙ୍କୁ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି, ସଂଖ୍ୟାଲଘୁ ଓ ପଛୁଆବର୍ଗ ବିଭାଗରେ ଅତିରିକ୍ତ ସଚିବ ଭାବେ ନିଯୁକ୍ତି ମିଳିଛି। ଏଥି ସହିତ ଶ୍ରୀ ତ୍ରିପାଠୀଙ୍କ ହାତରେ ଏସ୍‌ସିଏସ୍‌ଟିଆରଟିଆଇ ବିଭାଗର ଅତିରିକ୍ତ ଦାୟିତ୍ବ ତୁଲାଇବେ।

ସୂଚନାଯୋଗ୍ୟ, ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ ଏଠାକାର ୨୦୧୨ କ୍ୟାଡର ଆଇଏଏସ୍‌ ଅଧିକାରୀ ସରୋଜ କୁମାର ସାମଲଙ୍କୁ ଗତ ୬ ତାରିଖ ଦିନ ବଦଳି କରାଯାଇଥିଲା। ଶ୍ରୀ ସାମଲଙ୍କ ସ୍ଥାନରେ ସୋନପୁରର ପୂର୍ବତନ ଜିଲ୍ଲାପାଳ ଆବୋଲି ସୁନୀଲ ନରଭଣେଙ୍କୁ ଝାରସୁଗୁଡ଼ାର ଜିଲ୍ଲାପାଳ ଭାବେ ନୂଆ ଦାୟିତ୍ବ ମିଳିଥିଲା।

Related Posts