ଭୁବନେଶ୍ୱର: ବିଧାନସଭାରେ ପରିବହନ ମନ୍ତ୍ରୀଦେଲେ ତଥ୍ୟ,ରାସ୍ତାରେ ନିୟମ ଭଙ୍ଗ କରୁଥିବା ଅମାନିଆ ଗାଡ଼ି ଚାଳକଙ୍କ ଉପରେ ସରକାରଙ୍କ ଆଇନ ପ୍ରହାର । ଗତ ୨ ବର୍ଷ ମଧ୍ୟରେ ରାଜ୍ୟରେ ମୋଟ ୬୫ ହଜାର ୬୪୯ଟି ଡ୍ରାଇଭିଂ ଲାଇସେନ୍ସ (DL) ରଦ୍ଦ କରାଯାଇଛି। ଏହା ସହିତ ନିୟମ ଉଲ୍ଲଂଘନ କରିଥିବା ଚାଳକଙ୍କୁ ନିୟନ୍ତ୍ରଣ କରିବା ପାଇଁ ୨୧୬ କୋଟି ୭୧ ହଜାର ୭୫୬ ଟଙ୍କା ଫାଇନ୍ ଆଦାୟ କରାଯାଇଛି।ଗୃହରେ ଏହି ତଥ୍ୟ ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ସେ ଲିଖିତ ଉତ୍ତରରେ କହିଛନ୍ତି ଯେ, ବେପରୱା ଡ୍ରାଇଭିଂ, ମଦ୍ୟପାନ କରି ଗାଡ଼ି ଚଳାଇବା, ଓ ଟ୍ରାଫିକ୍ ନିୟମକୁ ଅନଦେଖା କରିବା ପରି ଅଭ୍ୟାସ ଦିନକୁ ଦିନ ବୃଦ୍ଧି ପାଉଛି। ଏହି କାରଣରୁ ସରକାର କଡା ପଦକ୍ଷେପ ନେଇ ଲାଇସେନ୍ସ ରଦ୍ଦ କରୁଛନ୍ତି।ସଡ଼କ ସୁରକ୍ଷା ନେଇ ସରକାରଙ୍କ ଏହି କଠୋର ନୀତି ଏକ ପକ୍ଷରେ ନିୟମ ପାଳନକୁ ବୃଦ୍ଧି କରିବାକୁ ଲକ୍ଷ୍ୟ କରୁଥିବାବେଳେ, ଅନ୍ୟପକ୍ଷରେ ଏହା ଚାଳକଙ୍କ ମଧ୍ୟରେ ଭୟର ପରିବେଶ ସୃଷ୍ଟି କରୁଛି।





