ବଦଳିଲା ତୁର୍କୀର ନାଁ: ଜାତିସଂଘ ପକ୍ଷରୁ ମିଳିଛି ଅନୁମତି

ଇସ୍ତାନବୁଲ: ବଦଳିଲା ତୁର୍କୀ ନାଁ । ନିଜ ଦେଶର ନାଁ ପରିବର୍ତ୍ତନ କରିଛନ୍ତି ସରକାର । ଏନେଇ ସେଠାକାର ରାଷ୍ଟ୍ରପତି ରିଜେପ ତୟିପ୍ ଏର୍ଦୋଆନ ଗତ ଡିସେମ୍ବର ଠାରୁ ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ କରିଦେଇଛନ୍ତି। ଖାଲି ଜାତିସଂଘ ଅନୁମତି ଲୋଡ଼ା ଥିଲା। ଏବେ ଜାତିସଂଘ ମଧ୍ୟ ନାଁ ପରିବର୍ତ୍ତନକୁ ଅନୁମତି ଦେଇଛି। ଏବେ ତୁର୍କୀ ନାଁ ପରିବର୍ତ୍ତନ ହୋଇ ତୁର୍କୀଏ ହେବ।

ଏନେଇ ତୁର୍କୀ ରାଷ୍ଟ୍ରପିତ ଏର୍ଦୋଆନ୍‌ଙ୍କ କହିବା କଥା ହେଲା ତୁର୍କୀ ଏ ଦେଶର ପ୍ରକୃତ ସଂସ୍କୃତି,ସଭ୍ୟତା ଓ ମୂଲ୍ୟର ସବୁଠାରୁ ଭଲ ପ୍ରତିନିଧିତ୍ୱ କରିବ ଓ ଅଭିବ୍ୟକ୍ତି ଅଟେ। ତୁର୍କୀ (ତୁର୍କୀ ଲୋକେ ତାଙ୍କ ଦେଶକୁ ଟର୍କୀ ବୋଲି କୁହନ୍ତି)ର ଭୂରାଜନୈତିକ(ଜିଓ ପଲିଟିକ୍ସ) ପ୍ରଭାବ ବଢ଼ିବାରେ ଲାଗିଛି। ଏଣୁ ବିଶ୍ୱରେ ତୁର୍କୀକୁ କେଉଁ ନଜରରେ ଦେଖାଯାଉଛି ତା ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି ରାଷ୍ଟ୍ରପତି ଏର୍ଦୋଆନ।

ତାଙ୍କ ଦେଶର ତୁର୍କୀ ଟର୍କୀ ନାମକ ଏକ ପକ୍ଷୀର ନାଁ ସହିତ ମେଳ ଖାଉଥିବାରୁ ଏହା ଏର୍ଦୋଆନଙ୍କୁ ଭଲ ଲାଗୁନଥିଲା। ଟର୍କୀ ପକ୍ଷୀର ନାଁ ତୁର୍କୀ ନାଁ ଅନୁସାରେ ରହିଥିଲା। ଏହି ପକ୍ଷୀମାନଙ୍କୁ ପ୍ରଥମେ ତୁର୍କୀରୁ ହିଁ ୟୁରୋପ ଅଣାଯାଇଥିଲା। ତେବେ ନାଁ ପରିବର୍ତ୍ତନ ପଛର କାରଣ କିଛି ଅଲଗା ଦର୍ଶାଯାଇଥିଲା। କେମ୍ବିଜ୍ ଭାଷାକୋଷରେ ଟର୍କୀ ବା ତୁର୍କୀର ଅର୍ଥ ପରାଜିତ ଓ ବୋକା ବୋଲି ଉଲ୍ଲେଖ ରହିଛି। ତେଣୁ ଏଭଳି ଏକ ନାଁ ରଖି ଦେଶକୁ ଅପମାନିତ କରିବା ଅପେକ୍ଷା ଏହାକୁ ପରିବର୍ତ୍ତନ କରିବାକୁ ଚାହୁଁଥିଲେ ଏର୍ଦୋଆନ ସରକାର। ଏଥିପାଇଁ ସରକାରୀ ମିଡିଆ ଚ୍ୟାନେଲ୍‌ଗୁଡ଼ିକ ଗତ ଡିସେମ୍ବର ଠାରୁ ଦେଶର ନା ତୁର୍କୀଏ ବୋଲି ସମ୍ବୋଧନ କରିବା ଆରମ୍ଭ କରିଦେଇଥିଲେ ।

Related Posts