ନନ୍ଦନକାନନରେ ପଶିଲେ ଦୁଇ ଜଙ୍ଗଲୀ ହାତୀ: ପର୍ଯ୍ୟଟକଙ୍କ ପ୍ରବେଶ ନେଇ ବାରଣ

ନନ୍ଦନକାନନ ମଧ୍ୟକୁ ପଶିଗଲେ ଦୁଇ ଜଙ୍ଗଲୀ ହାତୀ । ଜିରାଫ ଘୁଆଡ ପଛ ପାଖରେ ଏହି ଦୁଇ ହାତୀ ଥିବା ନେଇ ସନ୍ଦେହ କରାଯାଉଛି । ଫଳରେ ହାତୀକୁନେଇ ପର୍ଯ୍ୟଟକଙ୍କ ପାଇଁ ବିପଦ ଥିବା ଆଶଂକା କରିଛି ନନ୍ଦନକାନନ ବିଭାଗ । ଏନେଇ ପ୍ରଯ୍ୟଟକଙ୍କ ନନ୍ଦନକାନନରେ ପ୍ରବେଶ ପାଇଁ ବାରଣ କରାଯାଇଛି ।

ଖବର ଅନୁଯାୟୀ, ମଙ୍ଗଳବାର ରାତିରେ ଦୁଇଟି ଜଙ୍ଗଲୀ ହାତି ନନ୍ଦନକାନନ ଭିତରେ ପଶିଛନ୍ତି । ଜଙ୍ଗଲୀ ହାତୀ ଦୁଇଟି ନନ୍ଦନକାନନରେ ଥିବା ଜିରାଫ ଖୁଆଡ଼ ପଛପାଖେ ଲୁଛିଥିବାର ସନ୍ଦେହ କରାଯାଉଛି । ଯାହାକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନେଇଛନ୍ତି । ବୁଧବାର ସକାଳ ଠାରୁ ନନ୍ଦନକାନନ ଭିତରକୁ ପର୍ଯ୍ୟଟକଙ୍କୁ ପ୍ରବେଶ ଉପରେ କଟକଣା ଲଗାଇଛନ୍ତି । କୌଣସି ଲୋକଙ୍କୁ ନନ୍ଦନକାନନ ଭିତରକୁ ଛଡାଯାଉନାହିଁ । ଦୁଇଟି ଜଙ୍ଗଲୀ ହାତୀକୁ କିପରି ନନ୍ଦନକାନନ ଭିତରୁ ବାହାର କରାଯିବ , ସେନେଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଯୋଜନା ଆରମ୍ଭ ହୋଇଯାଇଛି ।

Related Posts