ରୁଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଛି ଯୁଦ୍ଧ | ବର୍ତ୍ତମାନ ସୁଦ୍ଧା ଯୁଦ୍ଧ ପାଇଁ ଅନେକ ଧନଜୀବନ ନଷ୍ଟ ହୋଇସାରିଲାଣି । ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ଋଷ ଆକ୍ରମଣରେ ପ୍ରାୟ ୧୪ଜଣ ପିଲା ୩୫୨ ୟୁକ୍ରେନ୍ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାରରୁ ଅଧିକ ନାଗରିକ ଗୁରୁତର ଭାବେ ଆହତ ହୋଇଛନ୍ତି । ମୋଟାମୋଟି ଭାବେ କହିବାକୁ ଗଲେ ୟୁକ୍ରେନରେ ସ୍ଥିତି ସଂଗୀନ ରହିଛି । ୟୁକ୍ରେନର ରାଜଧାନୀ କିବକୁ କବଜା କରିବା ପାଇଁ ଋଷର ପ୍ରୟାସ ଜାରି ରହିଛି । ତେଣୁ ଉଭୟ ଦେଶ ମଧ୍ୟରେ ଜଳୁଥିବା ନିଆଁ ଶୀଘ୍ର ଥଣ୍ଡା ନହେଲେ ଆଗକୁ ଭୟଙ୍କର ରୂପ ନେଇପାରେ ।
ସେପଟେ ୟୁକ୍ରେନକୁ ସଙ୍କଟରୁ ଉଦ୍ଧାର କରିବାକୁ ଏକ ଆପାତକାଳୀନ ସ୍ୱତନ୍ତ୍ର ବୈଠକ ଡାକିଛି ଜାତିସଂଘ ସୁରକ୍ଷା ପରିଷଦ(ୟୁଏନଏସସି) । ମୋଟ ୧୯୩ଟି ରାଷ୍ଟ୍ର ସମୂହ ଅଂଶ ଗ୍ରହଣ କରିବେ । ଆଜି ଏହି ବୈଠକରେ ୟୁକ୍ରେନ ବାବଦରେ ଆଲୋଚନା ହେବ । ହେଲେ ଏହାପୂର୍ବରୁ ଏହି ମହାସଭା ଆୟୋଜନକୁ ନେଇ ଏକ ଭୋଟିଂ ହୋଇଥିଲା ।
ଏହି ଭୋଟିଂ ମହାସଭାରେ ଯୋଗଦେଇଥିବା ଆମେରିକାର ପ୍ରତିନିଧି ଋଷ ଉପରେ ବର୍ଷିଥିଲେ । ଏବଂ କହିଥିଲେ ଯେ ଏ ଋଷ ତା ସୀମାରେ ପରମାଣୁ ଅସ୍ତ୍ର ମୁତୟନ କରିସାରିଲାଣି ତାହା ପୁଣି ଏକ ପୁରମାଣୁ ନିରସ୍ତ୍ର ରାଷ୍ଟ୍ର ଉପରେ ଆକ୍ରମଣ କରିବାକୁ । ଏପରି କ୍ଷେତ୍ରରେ ୟୁକ୍ରେନର ଯାହାବି କିଛି କ୍ଷତି ହେବ ସେଥିପାଇଁ ଋଷ ନିଜକୁ ଦାୟୀ କରିବାକୁ ବାଧ୍ୟ ବୋଲି ଆମେରିକା ପକ୍ଷରୁ କୁହାଯାଇଥିଲା । ସୂଚନା ମୁତାବକ, ଋଷର ରାସ୍ତାରେ ମଧ୍ୟ ମିସାଇଲ ଗୁଡିକୁ ପ୍ରସ୍ତୁତ ରଖାଯାଇଛି । ଏହାସହ ୟୁକ୍ରେନର ମୁଖ୍ୟ ରାସ୍ତା ଗୁଡିକୁ ଉପରେ ଏବେବି ରକେଟ୍ ମାଡ କରିଚାଲିଛି ଋଷ ।
ମିଳିତ ଜାତୀସଂଘ ଡାକିଥିବା ବୈଠକରେ ଭାରତ ଏବଂ ଚୀନ୍ ପୂର୍ବଭଳି ଦୂରତା ବଜାୟ ରଖିଛନ୍ତି । କୂଟନୈତିକ ଆଲୋଚନା ମାଧ୍ୟମରେ ଶାନ୍ତି ଫେରାଇ ଆଣିବା ଉପରେ ଗୁରୁତ୍ୱ ଦେବାକୁ ଭାରତ ଅପିଲ କରିଛି ।





