ପ୍ରତ୍ୟେକ ସ୍ତରରେ ଏକତା ଆବଶ୍ୟକ; ତେଣୁ ଦଳୀୟ ନେତାମାନେ ମତଭେଦ ଭୁଲିଯାଇ ପାର୍ଟିକୁ ମଜବୁତ କରନ୍ତୁ: ସୋନିଆ ଗାନ୍ଧୀ

ଭୁୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପାଞ୍ଚଟି ରାଜ୍ୟରେ ପରାଜୟ ପରେ ଆଜି କଂଗ୍ରେସର ସଂସଦୀୟ ଦଳର ବୈଠକ ଅନୁଷ୍ଠିତ ହୋଇଥିଲା। କଂଗ୍ରେସ ଦଳର ସଭାପତି ସୋନିଆ ଗାନ୍ଧୀ ଏହି ସଭାକୁ ସମ୍ବୋଧିତ କରିଛନ୍ତି। ଏହି ସଭାକୁ ସମ୍ବୋଧିତ କରି ସୋନିଆ ଗାନ୍ଧୀ କହିଛନ୍ତି ଯେ ମୁଁ ଅନ୍ୟ ସହକର୍ମୀଙ୍କୁ ମଧ୍ୟ ଭେଟିଛି ଏବଂ ମୋର ସଂଗଠନକୁ ମଜବୁତ କରିବା ପାଇଁ ମୋତେ ଅନେକ ପରାମର୍ଶ ମିଳିଛି । ଏବଂ ମୁଁ ସେନେଇ କାର୍ଯ୍ୟ କରୁଛି। ଏଥି ସହ ସୋନିଆ ଗାନ୍ଧୀ କହିଛନ୍ତି ଯେ ଏଥର ବିଧାନସଭା ନିର୍ବାଚନ ଫଳାଫଳ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ରହିଥିଲା ।

ସେପଟେ ଏହି ସଭାକୁ ସମ୍ବୋଧିତ କରି ସୋନିଆ ଗାନ୍ଧୀ କହିଛନ୍ତି, “ଏକ ଚିନ୍ତନ ଶିବୀରର ଆୟୋଜନ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଏହା ହେଉଛି ସେହି ସ୍ଥାନ ଯେଉଁଠାରେ ବହୁ ସଂଖ୍ୟକ ସହକର୍ମୀ ଏବଂ ଦଳର ପ୍ରତିନିଧୀଙ୍କ ମତ ଶୁଣାଯିବ। ଯାହାକି ଦଳ ଦ୍ୱାରା ନିଆଯାଉଥିବା ନିଷ୍ପତ୍ତି ଗୁଡ଼ିକ କିପରି ଭଲ ଭାବରେ ପୂରଣ କରିହେବ ସେନେଇ ସେମାନେ ଏକ ସ୍ୱଚ୍ଛ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିବାରେ ସାହାଯ୍ୟ କରିବେ ବୋଲି ସୋନିଆ ଗାନ୍ଧୀ କହିଛନ୍ତି । ବିଦ୍ରୋହୀମାନଙ୍କୁ ଏକ ବାର୍ତ୍ତା ଦେବାବେଳେ ସୋନିଆ ଗାନ୍ଧୀ କହିଛନ୍ତି ଯେ ସବୁ ସ୍ତରରେ ଏକତା ଆବଶ୍ୟକ। ଏହା ସହ ଆଗଗୁ ଯିବାର ରାସ୍ତା ପୂର୍ବ ଅପେକ୍ଷା ଅଧିକ ଚ୍ୟାଲେଞ୍ଜପୂର୍ଣ୍ଣ ।

ଆମର ଉତ୍ସର୍ଗୀକୃତ ଏବଂ ନିଷ୍ଠାର କଠିନ ପରୀକ୍ଷଣ କରାଯାଉଛି । ଆମର ବିସ୍ତୃତ ସଂଗଠନର ସମସ୍ତ ସ୍ତରରେ ଏକତା ଏକାନ୍ତ ଅଟେ ଏବଂ ଏହାକୁ ସୁନିଶ୍ଚିତ କରିବା ପାଇଁ ଯାହା ଆବଶ୍ୟକ ତାହା କରିବାକୁ ମୁଁ ସଂକଳ୍ପବଦ୍ଧ ବୋଲି କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ କହିଛନ୍ତି । ସେପଟେ ଏହି ବୈଠକରେ ସୋନିଆ ଗାନ୍ଧୀ ମଧ୍ୟ ବିଜେପିକୁ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଛି । ତେବେ ବିଜେପି ସାମ୍ପ୍ରଦାୟିକ ରାଜନୀତି କରୁଥିବାର ସେ ଅଭିଯୋଗ କରିଛନ୍ତି। ଏହା ସହ ଶାସକ ଦଳ ଏବଂ ଏହାର ନେତାଙ୍କ ବିଭାଜନ ଏବଂ ପୋଲାରାଇଜେସନ୍ ଏଜେଣ୍ଡା ବର୍ତ୍ତମାନ ରାଜ୍ୟ-ରାଜ୍ୟର ରାଜନୈତିକ କଥାବାର୍ତ୍ତାର ଏକ ନିୟମିତ କାର୍ଯ୍ୟକ୍ରମରେ ପରିଣତ ହୋଇଛି। ଏହି ଘୃଣାର ଶକ୍ତି ବିରୁଦ୍ଧରେ ଠିଆ ହେବା ଏବଂ ସେମାନଙ୍କୁ ସାମ୍ନା କରିବା ଆମ ସମସ୍ତଙ୍କର କାମ ।

ଶତାବ୍ଦୀ ଧରି ଆମର ବିବିଧ ସମାଜକୁ ସ୍ଥିର ତଥା ସମୃଦ୍ଧ କରି ରଖିଥିବା ସୌହାର୍ଦ୍ଦ୍ୟ ଏବଂ ସବଭାବର ବନ୍ଧନକୁ କ୍ଷତି ପହଞ୍ଚାଇବାକୁ ଆମେ ବିଜେପିକୁ ଅନୁମତି ଦେବୁ ନାହିଁ ବୋଲି କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ କହିଛନ୍ତି । ଅନ୍ୟପଟେ କଂଗ୍ରେସ ଦଳ ଭିତରେ ଏକ ବିଦ୍ରୋହୀ ଦଳ ଅଛି । ଯେଉଁଥିରେ ଗୁଲାମ ନବୀ ଆଜାଦ, କପିଲ ସିବଲ, ପ୍ରୀତି କୌର, ମନୀଷ ତିୱାରୀ, ଭୁପେନ୍ଦ୍ର ହୁଡା, ଶଶି ଥରୁରଙ୍କ ସମେତ ୧୮ ରୁ ଅଧିକ ନେତା ଅଛନ୍ତି। ଏହି ଦଳର ନାମ ହେଉଛି ଏ-୨୩ । ଏହାପୂର୍ବରୁ ୨୩ ନେତା ଏଥିରେ ସାମିଲ ହୋଇଥିଲେ କିନ୍ତୁ ବର୍ତ୍ତମାନ ଅନେକ ଦଳ ଛାଡିଛନ୍ତି ।

Related Posts