ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶରେ ବିଧାନସଭାକୁ ଦୃଷ୍ଟିରେ ରଖି ରାଜନୈତିକ ଦଳମାନେ ନିଜର ପ୍ରଥମ ପର୍ଯ୍ୟାୟର ପ୍ରାର୍ଥୀ ଘୋଷଣା କରିବାରେ ଲାଗିଛନ୍ତି । ଏହା ମଧ୍ୟରେ ଭାରତୀୟ ଜନତା ପାର୍ଟି ମଧ୍ୟ ନିଜର ପ୍ରାର୍ଥୀ ଘୋଷଣା କରିଛି । ହେଲେ ବିଜେପିର ମୋଟ ୧୦୫ ପ୍ରାର୍ଥୀଙ୍କ ମଧ୍ୟରୁ ୨୫ ଜଣଙ୍କ ବିରୋଧରେ ଅପରାଧିକ ମାମଲା ଥିବାର କଥା ବର୍ତ୍ତମାନ ସାମ୍ନାକୁ ଆସିଛି । ଏ ଖବର ସାମ୍ନାକୁ ଆସିବା ପରେ ପୁଣିଥରେ ଉତ୍ତରପ୍ରଦେଶ ରାଜନୀତି ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏନେଇ ବିଜେପି ୱେବସାଇଟରେ ମଧ୍ୟ ତଥ୍ୟ ପ୍ରକାଶ କରିଥିବାର ଦେଖିବାକୁ ମିଳିଛି । ଏପରିକି ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ବିରୋଧରେ ମଧ୍ୟ ଅପରାଧିକ ମାମଲା ରହିଥିବାର ଏଥିରେ ଦର୍ଶଯାଇଛି ।
ଏ ଖବର ସମ୍ନାକୁ ଆସିବା ପରେ ଉପମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅପରାଧିକ ମାମଲା ଥିବା ସତ୍ତ୍ୱେ କାହିିଁକି ତାଙ୍କୁ ଟିକଟ ଦିଆଯାଇଛି ବୋଲି ବିରୋଧୀ ପ୍ରଶ୍ନ କରିଥିଲେ । ଏହାର ଜବାବରେ ବିଜେପି ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ଉପମୁଖ୍ୟମନ୍ତ୍ରୀ ଜଣେ ସିଟିଂ ବିଧାୟକ । ସେ ପୂର୍ବତନ ଏମପି ଏବଂ ରାଜ୍ୟର ବିଜେପି ଅଧ୍ୟକ୍ଷ । ତେଣୁ ସେ ସାରା ରାଜ୍ୟରେ ବେଶ ଲୋକପ୍ରିୟ ଅଟନ୍ତି ବୋଲି ସ୍ପଷ୍ଟ କରିଛି । କେବଳ ଏତିକି ନୁହେଁ ବରଂ ବିଜନଗରର ନାଜମାମବାଦ ଆସନରୁ ପ୍ରାର୍ଥୀ ହୋଇଥିବା କୁଓଁର ଭାରତେନ୍ଦୁ ସିଂହ, ଥାନାଭାବନ ଆସନର ସୁରେଶ ରାଣା, ମୁଜଫରନଗର ଆସନର ପ୍ରାର୍ଥୀ କପିଳ ଦେବ ଅଗ୍ରୱାଲ, ମିରଟ ଆସନର କମଳ ଦର୍ତ୍ତ ଶର୍ମାଙ୍କ ବିରୋଧରେ ଅପରାଧିକ ମାମଲା ଥିବା ୱେବସାଇଟରେ ପ୍ରକାଶ ପାଇଛି ।





