ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି, ସେତିକି ନୂଆ ନୂଆ ଟ୍ୱିଷ୍ଟ ସାମ୍ନାକୁ ଆସିବାରେ ଲାଗିଛି । ଏହା ମଧ୍ୟରେ ବିଧାନସଭା ନିର୍ବାଚନକୁ ନେଇ ବଡ଼ ଘୋଷଣା କରିଛନ୍ତି । ତେବେ ଚଳିତଥର ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଅପନା ଦଳ ଏବଂ ନିଶାଦ ପାର୍ଟି ସହ ମିଶି ବିଧାନସଭା ନିର୍ବାଚନରେ ବିଜେପି ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛି ବୋଲି ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି । କେବଳ ଏତିକି ନୁହେଁ ବରଂ ୨୦୧୯ ଲୋକସଭା ନିର୍ବାଚନରେ ଯେପରି ଏନଡିଏ ସହଯୋଗୀମାନେ ଏକାଠି ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ।
ସେହିପରି ଆଗାମୀ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି, ଅପନା ଦଳ ଏବଂ ନିଶାଦ ପାର୍ଟି ମିଳିତ ଭାବେ ୪୦୩ ଟି ଆସନରେ ମତଦାନ କରିବେ। ଗତ କିଛି ଦିନ ମଧ୍ୟରେ ଉଭୟ ପକ୍ଷଙ୍କ ସହ ବିସ୍ତୃତ ଆଲୋଚନା ବୋଲି ଜେପି ନଡ୍ଡା କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ବିରୋଧୀ ଦଳ ଚିନ୍ତାରେ ପଡ଼ିଯାଇଛନ୍ତି । ବିଶେଷକରି ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି । ଗୋଟିଏ ଦିନରେ ହିଁ ଦଳକୁ ଦୁଇଟି ବଡ଼ ଝଟକା ମିଳିଛି । ସେପଟେ ରାଜ୍ୟରେ ୪୦୩ ଟି ଆସନ ପାଇଁ ବିଧାନସଭା ନିର୍ବାଚନ ୧୦ ଫେବୃଆରୀରେ ପ୍ରଥମ ପର୍ୟ୍ୟାୟ ଭୋଟିଂରୁ ଆରମ୍ଭ ହେବ ଏବଂ ୭ ମାର୍ଚ୍ଚରେ ସପ୍ତମ ତଥା ଶେଷ ପର୍ୟ୍ୟାୟ ମତଦାନ ଶେଷ ହେବ। ଏବଂ ଭୋଟ୍ ଗଣନା ୧୦ ମାର୍ଚ୍ଚରେ ଅନୁଷ୍ଠିତ ହେବାକୁ ଯାଉଛି ।





