ୟୁପି ପଲିଟିକ୍ସ; ଦଳରେ ମିଶୁ ମିଶୁ ହିଁ ଏସପିକୁ ଟାର୍ଗେଟ, ଏସପି ଶାସନରେ କେବଳ ଗୁଣ୍ଡାମାନଙ୍କର ହିଁ ରାଜ ଚାଲେ: ଅପର୍ଣ୍ଣା ଯାଦବ

ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶ ରାଜନୀତିରେ ନିର୍ବାଚନ ପୂର୍ବରୁ ନେତାମାନଙ୍କର ଦଳବଦଳ ପରମ୍ପରା ଚାଲିଛି । ଏହା ମଧ୍ୟରେ ମୁଲାୟମ ସିଂହ ଯାଦବଙ୍କ ଛୋଟ ବୋହୂ ବିଜେପିରେ ମିଶିବା କଥା ସାମ୍ନାକୁ ଆସିଛି । ଏ ଖବର ସାମ୍ନାକୁ ଆସିବା ପରେ ସମାଜବାଦୀ ପାର୍ଟିକୁ ଶକ୍ତ ଝଟକା ଲାଗିଛି । ଏବଂ ଏହା ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସେପଟେ ବିଜେପିରୁ ଜଣେ ପରେ ଜଣେ ନେତା ସମାଜବାଦୀ ପାର୍ଟିରେ ମିଶୁଥିବାରବେଳେ ସ୍ୱୟଂ ଅଖିଳେଶଙ୍କ ପରିବାରର ସଦସ୍ୟ ବିଜେପିରେ ମିଶିବା ଘଟଣା ସମାଜବାଦୀ ପାର୍ଟିକୁ କ୍ଷତିରେ ପକାଇପାରେ ବୋଲି ରାଜନୈତିକ ବିଶ୍ଳେଷକମାନେ କହିଛନ୍ତି । ଅନ୍ୟପଟେ ମିଶୁ ମିଶୁ ହିଁ ଅପର୍ଣ୍ଣା ଯାଦବ ଭାରତୀୟ ଜନତା ପାର୍ଟିର ଗୁଣଗାନ କରିଥିବାର ଦେଖିବାକୁ ମିଳିଛି । ତେବେ ବିଜେପିରେ ଯୋଗଦେବା ପରେ ଅପର୍ଣ୍ଣା ଯାଦବ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପିର ନୀତି ଏବଂ ଆଦର୍ଶ ମୋତେ ସବୁବେଳେ ପ୍ରଭାବିତ କରିଛି ।

ଜାତୀୟତା ମୋ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ । ମୁଁ ସବୁବେଳେ ଅନ୍ୟ କିଛି କରିବା ପୂର୍ବରୁ ଜାତି ବିଷୟରେ ଚିନ୍ତା କରେ । ମୋତେ ପାର୍ଟି ଯାହା କିଛି କରିବାକୁ କହିବ ଆମେ ପ୍ରସ୍ତୁତ ଅଛୁ । ଏହା ସହ ଗଣତନ୍ତ୍ରରେ ସମସ୍ତେ ନିଜ ଭାବନାରେ ମୁକ୍ତ ଭାବରେ ଯୋଗଦାନ କରିପାରିବେ। ଦେଶକୁ ବଞ୍ଚାଇବା ପାଇଁ ଆମକୁ ଜାତୀୟତାବାଦ ସହ ଚାଲିବାକୁ ପଡିବ, ବିଜେପି ଜାତୀୟତା ବାଦ ସହ ଚାଲୁଛି ଏବଂ ଦୀର୍ଘ ୫ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଗୋଟିଏ ପରେ ଗୋଟିଏ ଉତ୍ତରପ୍ରଦେଶରେ ବିକାଶମୂଳକ କାର୍ଯ୍ୟ କରିବାରେ ଲାଗିଛନ୍ତି । ଯାହା ମୋତେ ଦଳରେ ମିଶିବାକୁ ପ୍ରେରଣା ଦେଇଥିଲା ବୋଲି ମୁଲାୟମ ସିଂହ ଯାଦବଙ୍କ ଛୋଟ ବୋହୂ ଅପର୍ଣ୍ଣା ଯାଦବ କହିଛନ୍ତି । ଅନ୍ୟପଟେ ସମାଜବାଦୀ ପାର୍ଟିକୁ ଅପର୍ଣ୍ଣା ଟାର୍ଗେଟ କରିଥିବାର ଦେଖିବାକୁ ମିଳିଛି । ତେବେ ସମାଜବାଦୀ ପାର୍ଟି ଶାସନରେ ଗୁଣ୍ଡାମାନଙ୍କୁ ଏତେ ପ୍ରଶୟ ଦିଆଯାଉଥିଲା ଯେ ରାଜ୍ୟରେ ମହିଳାମାନେ ସୁରକ୍ଷିତ ନଥିଲେ । ଏପରିକି ସଂନ୍ଧ୍ୟା ହେବା ମାତ୍ରେ ଘରରୁ ଦ୍ୱାରା ବନ୍ଦ ହେଉଯାଉଥିଲା । ହେଲେ ଦେଶ ମୋ ପାଇଁ ବଡ଼ ତେଣୁ ମୁଁ ଆଜି ବିଜେପିରେ ଯୋଗ ଦେଇଛି ବୋଲି ଅପର୍ଣ୍ଣା କହିଛନ୍ତି ।

Related Posts